କନକ ବ୍ୟୁରୋ: ଆଗକୁ ଆସୁଛି ଦଶହରା । ଏହି ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଅନେକ ମୋବାଇଲ କମ୍ପାନି ନିଜ ନିଜ ପ୍ରଡକ୍ଟ ଦାମ କମ୍‌  କରିପାରନ୍ତି । ଏହି ସମୟରେ ଗ୍ରାହକମାନେ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କଲେ ଏକ ଭଲ ମୋବାଇଲ ପାଇପାରିବେ । ଖାଲି ପୂଜା ବେଳେ କାହିଁକି ଏବେ ବି ଫ୍ଲିପ୍‌କାର୍ଟ ଓ ଆମାଜନ ଭଳି ପ୍ଲାଟଫର୍ମରେ ଏବେ ବି ସୁଲଭ ଦରରେ ଭଲ ମୋବାଇଲ  କିଣି ପାରିବେ ଲୋକେ । ତେଣୁ ଏବେ ଯଦି ଜଣେ ଗ୍ରାହକ ଚାହିବେ ତେବେ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ଭଲ କ୍ୟାମେରା ଥିବା 5G ମୋବାଇଲ ପାଇପାରିବେ । ଅତି କମ୍‌ ଟଙ୍କାରେ ଏଥିରେ ସମସ୍ତ ପ୍ରକାର ପ୍ରିମିୟମ ଫିଚର ଦେଉଛି କମ୍ପାନି । ଆମେ ଆପଣଙ୍କୁ ଏଭଳି ହିଁ କିଛି ମୋବାଇଲ ବିଷୟରେ ନିମ୍ନରେ ସୂଚନା ଦେଇଛୁ  ।  

Advertisment


POCO M7 5G
ଶସ୍ତାରେ କୌଣସି ଏକ ଭଲ ମୋବାଇଲ କିଣିବାକୁ ଚାହୁଥିଲେ POCO M7 5G ଉପରେ ନଜର ପକାଇ ପାରିବେ ଲୋକେ । ଆଣ୍ଡ୍ରଏଡ୍‌ ୧୪ର ଅପରେଟିଂ ସିଷ୍ଟମ୍ ସହ ଏଥିରେ ଗ୍ରାହକମାନେ 8 GB ରାମ୍‌ ପାଇପାରିବେ । ଖାଲି ସେତିକି ନୁହେଁ ୫୬୧୦ mAh ବ୍ୟାଟେରି ସହିତ ଏଥିରେ ଗ୍ରାହକଙ୍କୁ ୫୦ ମେଗାପିକ୍ସେଲ୍‌ର ସୋନି କ୍ୟାମେରା ଫିଚର ମିଳିଯିବ । ଯେଉଁଥିରେ ଲୋକମାନଙ୍କ ରିୟଲ କଲର ଫଟୋ ଉଠି ପାରିବ । ଆମାଜନରେ ଏହି ମୋବାଇଲ ମାତ୍ର ୧୦୪୯୯ ଟଙ୍କାରେ ମିଳୁଛି । 

Infinix Note 40X
ଏହାପରେ Infinix Note 40X 5G ମୋବାଇଲକୁ ଜଣେ ବ୍ୟକ୍ତି ମାତ୍ର ୧୩୯୯୯ ଟଙ୍କାରେ କିଣି ପାରିବେ । ଏଥିରେ ଗ୍ରାହକଙ୍କୁ ୫୦୦୦ mAh ବ୍ୟାଟେରି ସହ ୧୦୮ ମେଗାପିକ୍ସେଲର କ୍ୟାମେରା ଫିଚର ମିଳୁଛି । ଏହାଦ୍ୱାରା ଲୋକମାନେ ଏକ ଭଲ ଉଠାଇବା ସହ ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ ଚଳାଇପାରିବେ । ଏଥିରେ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ବି ରହିଛି । ଉଭୟ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଏହାକୁ କିଣି ପାରିବେ ଗ୍ରାହକ ।  

Vivo T4 Lite
୧୫ ହଜାର ଟଙ୍କା ଭିତରେ ଆଉ ଏକ ଭଲ ମୋବାଇଲ ହେଉଛି vivo T4 Lite । ଉଭୟ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଏହି ମୋବାଇଲ ୧୨୯୯୯ ଟଙ୍କାରେ ମିଳୁଛି । ଏଥିରେ ୮ଜିବି ରାମ୍‌ ସହିତ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଫିଚର ରହିଛି । ୬୦୦୦ mAhର ବ୍ୟାଟେରି ଫିଚର ଥିବାରୁ ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ ଚଳାଇ ପାରିବେ ଗ୍ରାହକ । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଗ୍ରାହକଙ୍କୁ ୧୭.୧୨Cmର ଏକ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ' ମିଳୁଛି, ଯାହା ଏକ ପ୍ରିମିୟମ ଫୋନ୍‌ ଭଳି ମଜା ଦେଇଥାଏ । 

Realme 13 5G
ମାତ୍ର ୧୩୮୪୦ ଟଙ୍କା ଖର୍ଚ୍ଚ କରି realme 13 5G ମୋବାଇଲ କିଣିପାରିବେ ଲୋକେ । ଏଥିରେ ୬.୭୨ AMOLED ଡିସ୍‌ପ୍ଲେ' ରହିଛି, ଯେଉଁଥିରେ ଫିଲ୍ମ ଓ ଭିଡିଓ ଦେଖିବାର ନିଆରା ଅନୁଭୁତି ପାଇପାରିବେ ଗ୍ରାହକ  । ୪୫ Wt ଅଲ୍‌ଟ୍ରା ଚାର୍ଜିଂ ମୋଡ୍‌ ଦ୍ୱାରା ମୋବାଇଲ ତୁରନ୍ତ ଚାର୍ଜ ହୋଇଯାଏ । ଏଥିରେ ୫୦ ମେଗାପିକ୍ସେଲର କ୍ୟାମେରା ଫିଚର ବି ପାଇ ପାରୁଛନ୍ତି ଗ୍ରାହକ । ଏଣୁ ୧୫ ହଜାର ଟଙ୍କା ଭିତରେ ମୋବାଇଲ ଖୋଜୁଥିଲେ ଏହି ସବୁ ହ୍ୟାଣ୍ଡସେଟ୍‌ ଉପରେ ନଜର ପକାଇ ପାରିବେ ।