ବାଲେଶ୍ୱର ଜିଲ୍ଲା ଚନ୍ଦ୍ରପଡ଼ାରେ ନିଆରା ଢଙ୍ଗରେ ଦଶହରା ପାଳନ: ବଳଦମାନଙ୍କୁ ସୁସଜ୍ଜିତ କରି କରାଯାଏ ବଳଦ ନାଚ

ରଙ୍ଗବେରଙ୍ଗ କପଡ଼ାକୁ ନାଲି ନେଳି ରଙ୍ଗର ହାର । ଗୋଟିଏ ଦୁଇଟି ନୁହେଁ ୨୦ରୁ ଅଧିକ ବଳଦ। ମାଲିକମାନେ ସଜବାଜ କରି ନେଉଛନ୍ତି ନଚେଇବା ପାଇଁ । ବାଲେଶ୍ୱର ସିମୁଳିଆ ବ୍ଲକ ଚନ୍ଦ୍ରପଡ଼ା ଗାଁର ଏହେଉଛି ପ୍ରାୟ ୨ଶହ ବର୍ଷର ପରମ୍ପରା ।

9

Photograph: (kanak news)

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗା ପୂଜା ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ସିମୁଳିଆ ବ୍ଲକ ଚନ୍ଦ୍ରପଡ଼ା ଗାଁରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଦଶହରା ପାଳନ । ଦଶହରାରେ ବଳଦଙ୍କୁ ରଙ୍ଗବେରଙ୍ଗରେ ସଜ୍ଜିତ କରି ଗାଁରେ ଚାଲେ ବଳଦ ନାଚ । ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରଥାକୁ ଆଜି ବି ଜାରି ରଖିଛନ୍ତି ଗାଁ ଲୋକ ।  

ରଙ୍ଗବେରଙ୍ଗ କପଡ଼ାକୁ ନାଲି ନେଳି ରଙ୍ଗର ହାର । ଗୋଟିଏ ଦୁଇଟି ନୁହେଁ ୨୦ରୁ ଅଧିକ ବଳଦ। ମାଲିକମାନେ ସଜବାଜ କରି ନେଉଛନ୍ତି ନଚେଇବା ପାଇଁ । ବାଲେଶ୍ୱର ସିମୁଳିଆ ବ୍ଲକ ଚନ୍ଦ୍ରପଡ଼ା ଗାଁର ଏହେଉଛି ପ୍ରାୟ ୨ଶହ ବର୍ଷର ପରମ୍ପରା । ପ୍ରତିବର୍ଷ ବିଜୟାଦଶମୀରେ ବଳଦଙ୍କୁ ଧୁଆଧୋଇ କରି ମା’ଙ୍କ ପୂଜା ମଣ୍ଡପ ନିକଟକୁ ଅଣାଯାଏ । ସେଠାରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୁଏ ବଳଦ ନାଚ ।

ପଶ୍ଚିମବଙ୍ଗରୁ କିଛି ଲୋକ ଆସି ଆରମ୍ଭ କରିଥିବା ପରମ୍ପରା ଆଜି ବି ବଞ୍ଚିଛି । ପ୍ରତିବର୍ଷ ଏହି ନିଆରା ପର୍ବ ପାଳନ କରିବା ସହ ମେଳାର ଆୟୋଜନ କରାଯାଏ । ମେଳା ବୁଲିବା ସହ ଚଟପଟା ଖାଦ୍ୟର ମଜା ନିଅନ୍ତି ଅଞ୍ଚଳବାସୀ । ସବୁଠାରୁ ଭଲ ନାଚ କରିଥିବା ବଳଦର ମାଲିକଙ୍କୁ ପୁରସ୍କୃତ କରିଥାନ୍ତି ପୂଜା କମିଟି । ଏହି ବଳଦ ନାଚ କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ଗାଁରେ ସୁଖ-ସମୃଦ୍ଧି ବୃଦ୍ଧିପାଏ ବୋଲି ବିଶ୍ବାସ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe