ବିଧାନସଭାରେ ଛତୁଆ ଦୁର୍ନୀତି ଝଡ଼; ନିମ୍ନମାନର ଛତୁଆ ନେଇ ଗୃହରେ ଏକାଧିକ ବିଧାୟକଙ୍କ ପ୍ରଶ୍ନ

ବିଧାନସଭାରେ ଉଠିଲା ଛତୁଆ ଦୁର୍ନୀତି ଝଡ଼। ଏକାଧିକ ବିଧାୟକ ଛତୁଆରେ ଦୁର୍ନୀତି ନେଇ ଗୃହରେ ଉଠାଇଲେ ପ୍ରଶ୍ନ। ଛତୁଆର ମାନ ନେଇ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

ass====

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ଛତୁଆ ଦୁର୍ନୀତି ଝଡ଼। ଏକାଧିକ ବିଧାୟକ ଛତୁଆରେ ଦୁର୍ନୀତି ନେଇ ଗୃହରେ ଉଠାଇଲେ ପ୍ରଶ୍ନ। ଛତୁଆର ମାନ ନେଇ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। 

୨୪ ବର୍ଷଧରି ଛତୁଆ ପ୍ରସ୍ତୁତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା କହିଛନ୍ତି ସିମୁଳିଆ ବିଧାୟକ। ୨୪ ବର୍ଷଧରି ଛତୁଆ ପ୍ରସ୍ତୁତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନିମ୍ନ ମାନର ଛତୁଆ ଦେଇ ଏବେ ଛତୁଆ ଵାଲା ସବୁ କୋଟିପତି ହୋଇଥିବା ଗୃହରେ ଅଭିଯୋଗ କରିଛନ୍ତି ବିଧାୟକ। ସବୁ ଛତୁଆ ଵାଲା କାର ଧରି ବୁଲୁଛନ୍ତି। ସିମୁଳିଆ ଓ ଖଇରା ବ୍ଲକ ରେ ୫୨ ଓ ୪୨ ଜଣ ହେଲପର ନିଯୁକ୍ତି କରିଛନ୍ତି ସିଡିପିଓ । ସମସ୍ତଙ୍କ ଠାରୁ ୫୦ ହଜାର ଆଦାୟ ହୋଇଛି ବୋଲି ସିମୁଳିଆ ବିଧାୟକ କହିଛନ୍ତି। ଯାହାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଗୃହରେ ଜବାବ ରଖିଛନ୍ତି। ଛତୁଆରେ ଦୁର୍ନୀତି ନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe