କନକ ବ୍ୟୁରୋ : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବା କାରଣରୁ ଉତ୍ତରରୁ ଦକ୍ଷିଣ ସବୁଠି ଜଳ ପ୍ରଳୟ ଦେଖିବାକୁ ମିଳିଛି । କେଉଁଠି ରାସ୍ତା ଉପରେ ପାଣି ଚାଲୁଛି ତ କେଉଁଠି ଗାଁରେ ପାଣି ପଶି ଲୋକେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେପଟେ  ଯାଜପୁରର ଆଉ ଏକ ପରିଚୟ ବରାହ ମନ୍ଦିର। ଯାଜପୁରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ପ୍ରସିଦ୍ଧ ବରାହ ମନ୍ଦିରର ଗର୍ଭଗୃହରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି। ଡ୍ରେନେଜ ସମସ୍ୟାର ସମାଧାନ ହେଉ ନଥିବାରୁ ବର୍ଷା ହେଲେ ଗର୍ଭଗୃହରେ ପାଣି ପଶୁଛି । ମନ୍ଦିର ଚାରିପଟେ ପାଣି ଜମି ରହୁଛି । ନିକଟର ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପାଣିରେ ପଶି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେ ସମୟରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ  କିଛି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ସେବାୟତ ।