କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରାର ପେଣ୍ଠସ୍ଥଳୀ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସାତସାହିର ଜାଗାଘର ଓ ଆଖଡ଼ା ପ୍ରଭୃତିରେ ପ୍ରାଚୀନ ଉତ୍କଳୀୟ ସମରକଳା ଓ ଓଡ଼ିଆଙ୍କ ଇଷ୍ଟଦେବଙ୍କ ସୁରକ୍ଷା ପାଇଁ ନାଗାମେଢ଼ର ଉତ୍ପତ୍ତି । ସେହି ପରଂପରାକୁ ବଜାୟ ରଖିବା ଲାଗି ଚାଲିଛି ନାଗା ମୂର୍ତ୍ତି ପୂଜାର୍ଚ୍ଚନା । ହରଚଣ୍ଡୀ ସାହି, ବାଲି ସାହି, ଦୋଳମଣ୍ଡପ ସାହି, ଗଡନ୍ତିଛକ ଓ ମାଜଣା ଜାଗାରେ ନାଗା ମୂର୍ତ୍ତି ନିର୍ମାଣ କରାଯାଇ ସପ୍ତମୀଠାରୁ ତ୍ରିଦିନାତ୍ମକ ପୂଜା କରାଯାଉଛି । 

Advertisment

ଶ୍ରୀଜଗନ୍ନାଥ ସଂସ୍କୃତିରେ ରାମାୟଣକୁ ନେଇ ରହିଛି ଅନେକ ସାମଞ୍ଜସ୍ୟ । ଖାଲି ନାଗା ନୁହଁନ୍ତି, ରାମାୟଣର ବିଭିନ୍ନ ଚରିତ୍ରମାନଙ୍କୁ ମଧ୍ୟ ଏଠାରେ ପୂଜାର୍ଚ୍ଚନା କରାଯାଏ । କେଉଁଠି ରାମ ବଳରାମଙ୍କ ମୂର୍ତ୍ତି ତ କେଉଁଠି ଅଷ୍ଟମଲ୍ଲ। ବୀରତ୍ୱ ଓ ଶକ୍ତିର ପ୍ରତୀକ ଭାବେ କାହିଁ କେଉଁ ଆବାହମାନ କାଳରୁ ଶ୍ରୀକ୍ଷେତ୍ରରେ ନାଗା ପୂଜା ପରଂପରା ଚାଲିଆସୁଛି । 

 ଆଜି ମଣ୍ଡପମାନଙ୍କରେ ମହାନବମୀ ପାଳନ କରାଯାଇଥିବା ବେଳେ ପୀଠ ମାନଙ୍କରେ ବିଶ୍ରାମ ରହିଛି। ଆସନ୍ତାକାଲି ଦଶହରାରେ ମାଆ କାକୁଡିଖାଇଙ୍କ ବିସର୍ଜନ ବିଧି ହେବ। ଏକାଦଶୀ ତିଥିୀରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଗୋସାଣୀ ମେଳଣ।