ଶାରଦୀୟ ଦୁର୍ଗାପୂଜାରେ ଦକ୍ଷିଣକାଳୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଡୋକରୀ । ମାଆଙ୍କ ଦର୍ଶନ ପାଇଁ ରାଜ୍ୟ ବାହାରୁ ଆସୁଛନ୍ତି ଭକ୍ତ

Advertisment

ମହାଷ୍ଟମୀରେ ନିଆରା ଲାଠି ଯାତ୍ରା ଅନୁଷ୍ଠିତ ହୁଏ । ବାନେର ସ୍ଥିତ ମା' ବୁଢ଼ୀ ପଦରେନଙ୍କ ସମେତ ଜୟପାଟଣା, ପିପଲଗୁଡା, ଖାଲିଆଭଟା, ପ୍ରତାପପୁର, କରଞ୍ଜିଗୁଡା, ଗହିପାଣି ଆଦି ଅଂଚଳରୁ ମା'ଙ୍କ ପ୍ରତୀକ ଭାବେ ଲାଠି ଆସିଥାଏ ।  ଏହାସହ ପରମ୍ପରା ଅନୁସାରେ, ମହାଅଷ୍ଟମୀ ମଧ୍ୟରାତ୍ରିରେ ବଳି ଅର୍ପଣ କରାଯାଏ । 

Updated On

ଅଦ୍ୟତନ ହୋଇଛି
hrtrtgrtc

କନକ ବ୍ୟୁରୋ : ଜୟପାଟଣାର ଉଦୟଗିରି ପାହାଡ଼ ସ୍ଥିତ ତାଳଗୁଡ଼ ଗାଁରେ ଅଛି ମାଆ ଡ଼ୋକରୀଙ୍କ ପୀଠ ।  କଳାହାଣ୍ଡି ବାଉଁଶ ବଣର ଦେବୀ ଭାବେ ପରିଚିତ ମାଆ ଡୋକରୀ । ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୁଏ ମା'ଙ୍କ ନବରାତ୍ର ପୂଜା ।  ମହାଳୟା ମଧ୍ୟରାତ୍ରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମାଟି ଆଣି, ପ୍ରତିପଦାରେ ମା'ଙ୍କ ମସ୍ତକ ରୋପଣ କରାଯାଏ ।  ଏହାପରେ ଷୋଡ଼ଶ ଉପଚାରରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୁଏ । ସେହି ସମୟରେ ମା' ଡୋକରୀ ଦକ୍ଷିଣକାଳୀ ଭାବରେ ପୂଜା ପାଇଥାନ୍ତି ।  ପାଇକ ସମ୍ପ୍ରଦାୟର ପୂଜକଙ୍କ ଦ୍ୱାରା ପୂଜା ପାଉଥିବା ଠାକୁରାଣୀ ନବରାତ୍ର ସମୟରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଇଥାନ୍ତି ।

ମହାଷ୍ଟମୀରେ ନିଆରା ଲାଠି ଯାତ୍ରା ଅନୁଷ୍ଠିତ ହୁଏ । ବାନେର ସ୍ଥିତ ମା' ବୁଢ଼ୀ ପଦରେନଙ୍କ ସମେତ ଜୟପାଟଣା, ପିପଲଗୁଡା, ଖାଲିଆଭଟା, ପ୍ରତାପପୁର, କରଞ୍ଜିଗୁଡା, ଗହିପାଣି ଆଦି ଅଂଚଳରୁ ମା'ଙ୍କ ପ୍ରତୀକ ଭାବେ ଲାଠି ଆସିଥାଏ ।  ଏହାସହ ପରମ୍ପରା ଅନୁସାରେ, ମହାଅଷ୍ଟମୀ ମଧ୍ୟରାତ୍ରିରେ ବଳି ଅର୍ପଣ କରାଯାଏ । 

ମହାନବମୀ ପୂଜା ପରେ ମା'ଙ୍କ ଦଶମୀ ତିଥି ଅର୍ଥାତ୍ ଅନ୍ତିମ ପୂଜା ହୁଏ ।  ଦଶମୀରେ ମାଆଙ୍କ ପାଖରେ ଦହି ଅନ୍ନ ଲାଗି ହୁଏ ।  ମା'ଙ୍କ ରୋପିତ ମସ୍ତକକୁ ବିସର୍ଜନ କଲା ପରେ ମନ୍ଦିରରେ ୯ ଦିନ ପାଇଁ କଣ୍ଟାବାଡ଼ ଦିଆଯାଇଥାଏ । ୯ ଦିନର ଅଣସର ପରେ ମା’ ପୁନର୍ବାର ପୂଜା ପାଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe