କନକ ବ୍ୟୁରୋ :  ଏଥର ଦୀପାବଳିରେ ଦୁଇଘଣ୍ଟା ପାଇଁ ଫୁଟିବ ବାଣ । ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛି  ।  ଦୀପାବଳିରେ କେବଳ ସବୁଜ ବାଣ ହିଁ ଫୁଟାଯାଇପାରିବ। ନିର୍ଦ୍ଦେଶାବଳୀ ଅନୁସାରେ, 
- ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ  ବାଣ ଫୁଟାଇବାକୁ ଅନୁମତି
- ସ୍କୁଲ, ଶିକ୍ଷାନୁଷ୍ଠାନ, ଧାର୍ମିକସ୍ଥଳ ଆଦି ନିକଟରେ ଫୁଟିବନି ବାଣ
- ଶହେ ମିଟର ଦୂରରେ ବାଣ ଫୁଟାଇବାକୁ ଅନୁମତି
- ୧୦ ବର୍ଷରୁ କମ୍ ବୟସର ପିଲା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବେ ନାହିଁ
ସିଏସଆଇଆର-ଏନଇଇଆରଆଇ ଓ ପିଇଏସଓ  ସାର୍ଟିଫାଏ ବାଣ ହେଉଛି ସବୁଜ ବାଣ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶ ଅନୁକୂଳ ଓ ସବୁଜ ବାଣ ଫୁଟାଇବା ଉପରେ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ଅଧିକାଂଶ ସ୍ଥାନରେ ଏହି ନିୟମର ଖୁଲମଖୁଲ୍ଲା ଉଲ୍ଲଙ୍ଘନ ହେଉଛି । 
- ବେରିୟମ, ବେରିୟମ ନାଇଟ୍ରେଟ୍, ଆରସେନିକ  ଉପାଦାନ ଥିବା ବାଣ ବିକ୍ରି ହେଉଛି
-ବାଣ ଦୋକାନଗୁଡ଼ିକ ଖୁଲମଖୁଲ୍ଲା ଏହି ବାଣ ବିକ୍ରି କରୁଛନ୍ତି  
-ଜିଲ୍ଲା ପ୍ରଶାସନ ଓ ପୁଲିସ ଠିକ୍ ଭାବେ ନଜର ରଖିପାରୁନାହିଁ
-ପାଟ୍ରୋଲିଂକୁ କଡାକଡ଼ି କରାଯାଉନାହିଁ  
-ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  କେବଳ ମନିଟରିଂ କରୁଛି
-ସବୁଜ ବାଣ ନେଇ ସଚେତନ କରାଯାଉନାହିଁ 

Advertisment

ଏବେ ପ୍ରଶ୍ନ ଉଠୁଛି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଟକଣା କାହା ପାଇଁ? ସବୁଜ ବାଣ ଫୁଟା ଅନୁମତି ନାଁରେ ଗଳାବାଟ ଛଡ଼ା ଯାଇନି ତ?