କନକ ବ୍ୟୁରୋ : ରାଜଧାନୀରେ ବସ୍ତି ଉଚ୍ଛେଦ ବେଳେ ବିଦ୍ୟୁତ୍ ଅଘଟଣ । ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କରି ପ୍ରବଳ ଉତ୍ତେଜନା । ମୃତଦେହ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ତାରିଣୀ ବସ୍ତିରେ ଏହି ଅଘଟଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଖଣ୍ଡଗିରି-ପୋଖରୀପୁଟ ରାସ୍ତା ଗଣ୍ଡମୁଣ୍ଡା ଛକରେ ନିଆଁ ଜାଳି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ଲୋକେ । ମୃତ ଯୁବକଙ୍କ ନାଁ ନାରାୟଣ ପ୍ରଧାନ । ଗତକାଲି ପ୍ରଶାସନ ପକ୍ଷରୁ ତାରିଣୀ ବସ୍ତି ଭଙ୍ଗା ଯାଉଥିବା ସମୟରେ ବିଦ୍ୟୁତ ଆଘାତରେ ନାରାୟଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବସ୍ତି ଉଚ୍ଛେଦ ସମୟରେ ବିଦ୍ୟୁତ ଲାଇନ କାଟିବାର ନିୟମ ଥିବାବେଳେ ତାହା କାହିଁକି ପାଳନ କରାଗଲା ନାହିଁ ବୋଲି ବସ୍ତି ବାସିନ୍ଦା ପ୍ରଶ୍ନ କରିଛନ୍ତି। ତେବେ ଏନେଇ ପ୍ରଶାସନ କିମ୍ୱା ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
ବସ୍ତି ଉଚ୍ଛେଦ ବେଳେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ଖଣ୍ଡଗିରିରୁ ପୋଖରୀପୁଟ ରାସ୍ତା ଅବରୋଧ
ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ତାରିଣୀ ବସ୍ତିରେ ଏହି ଅଘଟଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଖଣ୍ଡଗିରି-ପୋଖରୀପୁଟ ରାସ୍ତା ଗଣ୍ଡମୁଣ୍ଡା ଛକରେ ନିଆଁ ଜାଳି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ଲୋକେ ।
/kanak/media/media_files/2025/10/11/10-2025-10-11-18-03-48.jpg)