କନକ ବ୍ୟୁରୋ : ପୁଣି ଜବତ ହେଲା ଚୋରା ମଦ । ମେଲଣ ଚାଲିଥିବା ବେଳେ ପାଖ ଅଂଚଳରେ ଚୋରା ମଦ ବ୍ୟବସାୟ ବେଶ ଜମିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଚଢାଉ କରି ବିପୁଳ ପରିମାଣ ମଦ ଜବତ କରିଛି । ବରୀ ନାଥପୁର ମେଲଣ ଚାଲିଥିବା ବେଳେ ସେହି ଅଞ୍ଚଳର ଚୋରା ମଦ ବ୍ୟବସାୟୀ ମାନେ ବିପୁଳ ପରିମାଣର ମଦ ମହଜୁଦ ରଖିଥିଲେ । ପୋଲିସ ଚଢ଼ାଉ କରି ଦୁଇ ଜଣ ଚୋରା ମଦ ବ୍ୟବସାୟୀଙ୍କ ନିକଟରୁ ୬୪ ଲିଟର ମଦ ଜବତ କରିଛି । ଏହାସହ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ବ୍ୟବସାୟୀ ଦୁଇଜଣ ଧାରପୁର ଅଞ୍ଚଳର । ବରୀ ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ ଜାରି ରଖିଛି ।