କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । କ୍ରାଇମ୍ ସ୍ପଟ୍‌ରେ ପହଞ୍ଚି ପୁଲିସ ତନାଘନା କରୁଛି । ଆଜି ୫ ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ଦୁର୍ଗାପୁର ପୁଲିସ୍ । କ୍ରାଇମ୍ ସିନ୍ ରିକ୍ରିଏସନ୍‌ବେଳେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ସାଙ୍ଗରେ ନେବ ପୁଲିସ୍ । ଘଟଣା ଦିନ କିଭଳି ପୀଡ଼ିତାଙ୍କୁ ଉଠାଇ ନେଇଥିଲେ କେଉଁ ସ୍ଥାନକୁ ନେଇଥିଲେ, କ’ଣ କ’ଣ ଘଟିଥିଲା, ସେସବୁର ସିନ୍ ରିକ୍ରିଏସନ୍ କରାଯିବ । ସେପଟେ ଗଣ ଦୁଷ୍କର୍ମ ଘଟଣାରେ ପ୍ରମାଣ ସଂଗ୍ରହରେ ଲାଗିଛି ଏସ୍‌ଆଇଟି ଟିମ୍ । ଅଭିଯୁକ୍ତଙ୍କ ଘରେ ପହଞ୍ଚି ଅପରାଧ ସମୟରେ ବ୍ୟବହାର କରିଥିବା ପୋଷାକକୁ ଜବତ କରାଯାଇଛି । 

Advertisment