କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବାପା କହିଲେ ,ଏହି ଘଟଣାର କରାଯାଉ ସିବିଆଇ ତଦନ୍ତ । ମୋ ଝିଅକୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ । ଅନ୍ୟପଟେ ରାଷ୍ଟ୍ରପତି ଓ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଏନେଇ ରାଜଭବନର ଜଣେ ଅଧିକାରୀ କହିଛନ୍ତି। ରିପୋର୍ଟରେ ବୋଷ ଏହି ମାମଲାରେ ତାଙ୍କ ତଦନ୍ତର ବିସ୍ତୃତ ବିବରଣୀ ଏବଂ ପୀଡ଼ିତା ଓ ତାଙ୍କ ପିତାମାତାଙ୍କ ସହ ତାଙ୍କର ଆଲୋଚନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ରିପୋର୍ଟର ଏକ ନକଲ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଦୁର୍ଗାପୁରକୁ ଯାଇ ଓଡ଼ିଶାର ଜଳେଶ୍ୱରରୁ ଆସିଥିବା ପୀଡ଼ିତା ଏବଂ ତାଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରିଥିଲେ । ଦ୍ୱିତୀୟ ବର୍ଷର ଏମ୍ବିବିଏସ୍ ଛାତ୍ରୀ ଗତ ଅକ୍ଟୋବର ୧୦ ତାରିଖ ସନ୍ଧ୍ୟାରେ ଖାଦ୍ୟ ଆଣିବା ପାଇଁ ବାହାରକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ।