ଧରାପୃଷ୍ଠକୁ ଆସୁଛନ୍ତି ମାଆ ଜଗତଜନନୀ,  ଆଜି ଶକ୍ତିପୀଠରେ ଷଷ୍ଠୀ ପୂଜା

ଚଣ୍ଡୀ ପାଠ, ଷୋଡ଼ଶ ଉପଚାରରେ ଚାଲିଛି ପୂଜାର୍ଚ୍ଚନା, ସେପଟ ମଣ୍ଡପରେ ଆଜି ହେବ ବିଲ୍ୱବରଣ

ପୀଠେ ମହାମାୟା

ପୀଠେ ମହାମାୟା Photograph: (KanaKnews)

କନକ ବ୍ୟୁରୋ:  ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ମାଆଙ୍କ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ଚାଲିଛି । ଶକ୍ତିପୀଠ ଗୁଡ଼ିକରେ ଆଜି ଷଷ୍ଠୀ ପୂଜା ଓ ମଣ୍ଡପରେ ବିଲ୍ୱବରଣ ଅନୁଷ୍ଠିତ ହେବ ।  ଆଜି ନବରାତ୍ରୀ ପୂଜାର ଷଷ୍ଠ ଦିନ। ଚଳଚଞ୍ଚଳ ବିରଜା ପୀଠ । ଜଗତଜନନୀ  ମା ବିରଜା ଦେବୀଙ୍କୁ ଦୁର୍ଗୋତ୍ସବ ଷଷ୍ଠୀ ପାଳିତ ହେଉଛି। ଆଜି ଷଷ୍ଠୀ ଥିବାରୁ ବୈତରଣୀରୁ ଆସିଥିବା ଜଳରେ ମାଆଙ୍କ ସ୍ନାନ କରାଯିନା ପରେ ଭକ୍ତ ଗର୍ଭଗୃହକୁ ପ୍ରବେଶ କରି ମାଆଙ୍କ ପାଦ ସ୍ପର୍ଶ କରିବା ସହ ମାଆଙ୍କ ମୁଖ ଦର୍ଶନ କରିଛନ୍ତି । ବିଳମ୍ୱିତ ରାତିରେ ମାଆଙ୍କ ସ୍ନାନ ନୀତି ସଂପନ୍ନ ହୋଇଛି । ଆଜିଠାରୁ ପୂଜକଙ୍କ ସହିତ ଚରୁପାଳିଆ ଓ ସମଦ୍ଧି ପାଳିଆ ବରଣି ହୋଇ ମନ୍ଦିରରେ ରହିବେ । ସକାଳୁ ମା ବିରଜାଙ୍କ ପୀଠରେ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । 

ସେପଟେ ତାଳଚେରର ପ୍ରସିଦ୍ଧ ମାଆ ହିଙ୍ଗୁଳାଙ୍କ ଶକ୍ତିପୀଠରେ ମଧ୍ୟ ଧୁମଧାମରେ ଶାରଦୀୟ ପୂଜାର୍ଚ୍ଚନା ଚାଲିଛି । ଶକ୍ତି ପରମ୍ପରା ଅନୁସାରେ ମାଆଙ୍କ ନବରାତ୍ରୀ ପୂଜା ହେଉଛି । ପୁରୋହିତଙ୍କ ମନ୍ତ୍ରୋଚାରଣ, ଚଣ୍ଡୀପାଠ, ଶଙ୍ଖ, ଘଣ୍ଟ ନାଦରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଜି ନବରାତ୍ରର ଷଷ୍ଠୀ ହୋଇଥିବା ବେଳେ ମାଆ କାତ୍ୟାୟନୀ ବେଶରେ ଭକ୍ତିଙ୍କୁ ଦର୍ଶନ ଦେଉଛନ୍ତି ।  

ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତର ଉଦୟପୂର୍ ଯେଉଁଠି ୧୬ ଦିନ ଧରି ପୂଜା ପାଆନ୍ତି ମା କନକଦୂର୍ଗା। ଧୁମଧାମରେ ଉଦୟପୁରରେ ମାଆଙ୍କ ନବରାତ୍ରୀ ପୂଜା ଚାଲିଛି । ମୂଳାଷ୍ଟମୀ ଦିନ ମା କନକ ଦୁର୍ଗା ତାଙ୍କ ବାପ ଘର ଭୁବନପୂର୍ ଠାରେ ଥିବା ମନ୍ଦିରରୁ ବିମାନରେ ଉଦୟପୂର୍ ସ୍ଥିତ ଶାଶୁ ଘରକୁ ଆସିଥାନ୍ତି। ୧୬ ଦିନ ପୂଜା ପରେ ଦଶହରାର ବିଳମ୍ବିତ ରାତ୍ରୀରେ ପୀଠରେ ଏକ ନଡ଼ିଆ ରଖି ପୁଣି ମା ଫେରି ଯାଆନ୍ତି ଶାଶୁ ଘରକୁ। ମାଙ୍କର ରହିଛି ଅନେକ ମହିମା । ଯେଉଁଥିପାଇଁ ବହୁ ଦୂର ଦୁରାନ୍ତରୁ ଛୁଟି ଆସନ୍ତି ଭକ୍ତମାନେ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe