କନକ ବ୍ୟୁରୋ : ପାଖେଇ ଆସୁଛି ପାର୍ବଣ ଋତୁ । ସଜବାଜ ହେଲାଣି ସାରା ଓଡ଼ିଶା । ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଲାଣି ଟ୍ୱିନସିଟି । ଆଜି ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ମାଟି ଉଠା । ମାଟି ଅନୁକୂଳ ପାଇଁ କୁଆ ଖାଇ ନଦୀ ପଠାରେ ଭିଡ଼ ।

Advertisment

ବିଭିନ୍ନ ପୂଜା କମିଟିର ସଦସ୍ୟମାନେ କୁଆଖାଇ ନଦୀ କୂଳରେ ପହଞ୍ଚିଛନ୍ତି । ପାରମ୍ପରିକ ବାଦ୍ୟ ସହ ମନ୍ତ୍ର ଧ୍ଵନୀରେ କମ୍ପୁଛି ନଦୀ ପଠା । ପୂଜା ପାଠ ସହ ଜନ୍ମାଷ୍ଟମୀ ତିଥିରେ ମାଟି ଅନୁକୂଳ କରିବେ ପୂଜା କମିଟିମାନେ । ନୟାପଲ୍ଲୀ, ସହିଦ ନଗର, ଚନ୍ଦ୍ରଶେଖରପୁର ଭଳି ପୂଜା କମିଟିମାନେ ନଦୀ ପଠାରେ ପହଂଚିଛନ୍ତି ।

ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଜି ଜନ୍ମ ଉତ୍ସବ । ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ ସେଥିପାଇଁ ମନ୍ଦିର ଗୁଡ଼ିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ । ମଠ ମନ୍ଦିର ଓ ଘରଗୁଡ଼ିକରେ ଖୁବ୍ ଧୁମଧାମରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ହୋଇଛି ।

ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଅନୁଷ୍ଠିତ ହେଉଅଛି । ଏଥିପାଇଁ ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ଆଜି ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଏପଟେ ଭୁବନେଶ୍ୱର ଇସ୍କନ୍ ମନ୍ଦିରରେ ସମ୍ପୂର୍ଣ୍ଣ ନିତିକାନ୍ତିରେ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ଶହ ଶହ ଶ୍ରଦ୍ଧାଳୁ ଇସ୍କନ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରୁଛନ୍ତି ।