କନକ ବ୍ୟୁରୋ: ଲଗାଣ ବର୍ଷା ଓ ପବନରେ ଭାଙ୍ଗିଲା ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହୋଇଥିବା ଗେଟ୍‌ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାରରେ ନିର୍ମାଣ ହୋଇଥିବା ଦୁର୍ଗା ପୂଜା ତୋରଣ ଲଗାଣ ବର୍ଷା ଓ ପବନ ଯୋଗୁଁ ଭାଙ୍ଗି ପଡିଛି । କାଲିଠାରୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ତା ସାଙ୍ଗକୁ ପବନ ଲାଗି ରହିଛି । ବାଲିକୁଦା ତୋରଣ ଭାଙ୍ଗି ଯିବା ଫଳରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କନ୍ଦରପୁର ମାଛଗାଁ ମୁଖ୍ୟ ରାସ୍ତା ବନ୍ଦ ହୋଇ ଯାଇଥିବା କାରଣରୁ ଅଗ୍ନିଶମ ବାହାନି ଦ୍ଵାରା ରାସ୍ତାରୁ ତୋରଣକୁ ହଟା ଯିବାର ଉଦ୍ୟମ ଜାରି ରହିଛି ।

Advertisment