ନବରାତ୍ର ପାଇଁ ଚଳଚଞ୍ଚଳ ସମ୍ବଲପୁର । ଧରାବତରଣ କରିଛନ୍ତି ମାଆ ।

Advertisment

ମାଆଙ୍କ ଆଳତୀରେ ସାମିଲ ହେବା ପାଇଁ ଶକ୍ତିପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଜମୁଛି । ପୂର୍ବରୁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିଲେ । ହେଲେ ଚଳିତ ବର୍ଷ ସୁଦୃଶ୍ୟ ମନ୍ଦିର ସାଙ୍ଗକୁ ମାଆ କନକ ଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି ।

ମାଆଙ୍କ ଆଳତୀରେ ସାମିଲ ହେବା ପାଇଁ ଶକ୍ତିପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଜମୁଛି । ପୂର୍ବରୁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିଲେ । ହେଲେ ଚଳିତ ବର୍ଷ ସୁଦୃଶ୍ୟ ମନ୍ଦିର ସାଙ୍ଗକୁ ମାଆ କନକ ଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି ।

Screen Shoact 2024-10-09 at 6.53.07 PM

କନକ ବ୍ୟୁରୋ: ଶାରଦୀୟ ଦୂର୍ଗା ପୂଜା ଓ ନବରାତ୍ର ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲା । ୩ଟି ସ୍ଥାନରେ ଦୁର୍ଗାପୂଜା ବେଶ ଜାକଜମକରେ ହେଉଛି । ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ବେଶ ଆଡମ୍ବରରେ ଚାଲିଛି । ସବୁଠୁ ପୁରାତନ ପୂଜା ମଣ୍ଡପ ହେଉଛି ମନ୍ଦିର ଛକ ପୂଜା ପେଣ୍ଡାଲ । 

କୁଚିଣ୍ଡା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଚାଲିଛି । ସନ୍ଧ୍ୟାରେ ମାଆଙ୍କ ଆଳତୀରେ ସାମିଲ ହେବା ପାଇଁ ଶକ୍ତିପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଜମୁଛି । ପୂର୍ବରୁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିଲେ । ହେଲେ ଚଳିତ ବର୍ଷ ସୁଦୃଶ୍ୟ ମନ୍ଦିର ସାଙ୍ଗକୁ ମାଆ କନକ ଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି । ଶ୍ରଦ୍ଧାଳୁ ନବ ନିର୍ମିତ ମନ୍ଦିରରେ ମାଆଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି ।
 

କୁଚିଣ୍ଡା ସହରର ସବୁ ମଣ୍ଡପରେ ଆଜି ରାତିରେ ଷଷ୍ଠୀ ପୂଜା କରାଯିବ । ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି । ମୃଣ୍ମୟୀ ପ୍ରତିମା ସାଙ୍ଗକୁ ସୁ-ଉଚ୍ଚ ତୋରଣ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ମନୋଲୋଭା ଆଲୋକରେ ଆଲୋକିତ ହେଉଛି ପୂଜା ମଣ୍ଡପ । ମନ୍ଦିର ଛକରୁ ପୁରୁଣା ବସଷ୍ଟାଣ୍ଡ ପର୍ୟ୍ୟନ୍ତ ସହର ଆଲୋକ ମାଳାରେ ସଜେଇ ହୋଇଛି । ଦୁର୍ଗାପୂଜା ପାଇଁ ସାସ୍କୃତିକ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe