କନକ ବ୍ୟୁରୋ: ଭୁବେନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ବିଦେଶୀ ମଦ ଦୋକାନରେ ଅତର୍କୀତ ଚଢଉ କରିଛି ଅବକାରୀ ବିଭାଗ ଟିମ୍ । ଏଠାରେ ଅସଲି ବ୍ରାଣ୍ଡରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍ ଚଢଉ କରିଛି ।
 

ମିଳିଥିବା ତଥ୍ୟ ଅନୁସାରେ, ଗ୍ରାହକ ମଦ ପିଇସାରି ଯେଉଁ ବୋତଲକୁ ଫିଙ୍ଗି ଦେଉଛନ୍ତି, ତାକୁ ସଂଗ୍ରହ କରାଯାଉଛି । ସେଥିରେ ମଦରେ ପାଣି ମିଶାଇ ତାକୁ ସିଲ କରାଯାଉଛି । ଯାହାକୁ ଅନ୍ୟ ଗ୍ରାହକମାନେ କିଣିନେଉଛନ୍ତି । ହେଲେ କେହି ଏହାର ଟେର ପାଉନାହାଁନ୍ତି ।
 

ଚିକିଟି ମଦମୃତ୍ୟୁ ଘଟଣାରେ ଅନେକ ଲୋକ ପ୍ରାଣ ହରାଇବା ପରେ ଚେତିଛି ଅବକାରୀ ବିଭାଗ । କୌଣସି ସୂତ୍ରରୁ ଖବର ପାଇବା ପରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟ  ବିଦେଶୀ ମଦ ଦୋକାନରେ ଚଢଉ କରିଛନ୍ତି ଅବକାରୀ ବିଭାଗ ଟିମ୍ ।