ନକଲି ମଦରେ ଭାସୁଛି ଗଞ୍ଜାମ ; ବିଭିନ୍ନ ବ୍ରାଣ୍ଡର ଲେବଲ, ଷ୍ଟିକର ଓ ଠିପି ଲଗାଇ ଚାଲିଛି ବେପାର

ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମରେ କମୁନି ମଦ କାରବାର । ନକଲି ମଦରେ ଭାସୁଛି ଜିଲ୍ଲା । ବିଭିନ୍ନ ବ୍ରାଣ୍ଡର ଲେବଲ, ଷ୍ଟିକର ଓ ଠିପି ଲଗାଇ କାରବାର ଚଳାଇଛନ୍ତି ମାଫିଆ ।

ww

କନକ ବ୍ୟୁରୋ: ଗଞ୍ଜାମରେ ନକଲି ମଦର ବନ୍ୟା । ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ବେପାର ଜମାଉଛନ୍ତି ମଦ ମାଫିଆ ।| ବାହାରକୁ ଅସଲି ଦିଶୁଥିଲା ବେଳେ ବ୍ରାଣ୍ଡେଡ ବୋତଲରେ କେମିତି ହୁଏ ନକଲି ମଦର କାରବାର । 

୬ ମାସରେ ଜବତ ହେଲାଣି ୮୨ ଲିଟର ନକଲି ମଦ ।  କେବଳ ଅଗଷ୍ଟରୁ ସେପ୍ଟେମ୍ବର ଅଧା ଭିତରେ ୪୨ ଲିଟର । ଗାଁ ମୁହାଁ ମଦ ମାଫିଆ, ଅବକାରୀ ବିଭାଗର ଅକଲ ଗୁଡ଼ୁମ । ବଜାରରୁ ଅସଲି ମଦ କିଣି ତାହାକୁ ନକଲି କରିବାରେ ମାଫିଆ ଧୁରନ୍ଧର ହେଲେଣି। ଖାଲି ବୋତଲ କିଣି ସେଥିରେ ଲେବୁଲ, ଷ୍ଟିକର ଓ ନୂଆ ଠିପି ଲଗାଇ ଦେଉଛନ୍ତି । ଏପରିକି ବ୍ୟାଚ ନମ୍ବର, ଏକ୍ସପ୍ୟାରି ଡେଟ ବି ରହୁଛି। ଯାହାକୁ ଗାଁ ଗଣ୍ଡାରେ ବିକ୍ରି ପାଇଁ ପଠା ଯାଉଛି। ୪ ଦିନ ତଳେ ଜିଲ୍ଲା ଅବକାରୀ ବିଭାଗ ନକଲି ମଦ ରଖାଯାଇଥିବା ଘରେ ଚଢ଼ାଉ ପରେ ଖୋଲିଛି ଗୁମର । 

ଗତବର୍ଷ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲା । ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିଲା ବେଳେ ୨ ଅବକାରୀ ଅଧିକାରୀ ଏବେ ବି ନିଲମ୍ବିତ ହୋଇ ରହିଛନ୍ତି । କମିଶନ ବସାଇ ସରକାର ତଦନ୍ତ କରିଥିଲେ ସୁଦ୍ଧା ଏଯାଏଁ ରିପୋର୍ଟ ଆସିପାରିନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe