କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ମାତିଛନ୍ତି ନକଲି ହଲ ମାର୍କ ସୁନା ବେପାରୀ । ଅସଲି ସୁନା କହି ନକଲି ସୁନା ଦେଇ ଦୋକାନୀଙ୍କୁ ଚୂନା ମରୁଛନ୍ତି । ଏଭଳି ଏକ ଠକ ଗ୍ୟାଙ୍ଗର ପର୍ଦାଫାଷ ହୋଇଛି ରାଉରକେଲାରେ । ଝାରଖଣ୍ଡ ଅଂଚଳରେ ଏମାନଙ୍କ ନେଟୱାର୍କ ରହିଥିବା ବେଳେ ଘଟଣାରେ ଜଣେ ଠକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ରାଉରକେଲା ରେ ନକଲି ହାଲମାର୍କ ସୁନା ରାକେଟ ର ପର୍ଦାଫାଶ । ସ୍ମାର୍ଟ ସିଟି ରାଉରକେଲା ମାତିଛନ୍ତି ନକଲି ସୁନା ବେପାରୀ । ସୁଦୂର ଝାରଖଣ୍ଡରେ ରହିଛି ଏଇ ଠକଙ୍କ ଆଡ୍ଡା । ନକଲି ହଲମାର୍କ ସୁନାକୁ ବଦଳାଇ ଅସଲି ସୁନା ନେବାକୁ ପ୍ଲାନିଂ କରୁଥିବା ବେଳେ ଦୋକାନୀଙ୍କ ହାବୁଡ଼ରେ ପଡିଛି ଏହି ଠକ । ଠକ ଜଣକ ହେଉଛି ଝାରଖଣ୍ଡ ଅଂଚଳର ସନ୍ତୋଷ ସା । ତା ନିକଟରୁ ୬ ଗ୍ରାମ ସୁନା ଓ ୨୫୦ ଗ୍ରାମ ରୁପା ସହ ନଗଦ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏପଟେ ସନ୍ତୋଷକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଏପରିକି ପୋଲିସର ଏକ ସ୍ୱତନ୍ତ୍ର ସ୍କାର୍ଡ ଝାରଖଣ୍ଡ ଯାଇ ଏହି ନେଟୱର୍କର ଚେର ଖୋଜୁଛି ।
ପ୍ଲାଣ୍ଟ ସାଇଟ ଥାନା ଷ୍ଟେସନ ରୋଡରେ ଥିବା ଏମଏନ୍ ଜ୍ୱଲାରୀରେ ଠକ ଜଣକ ସାଙ୍ଗରେ ଆଣିଥିବା କିଛି ନକଲି ହାଲମାର୍କ ସୁନା ବଦଳାଇ ନୂଆ ସୁନା ନେବାକୁ ଯୋଜନା କରିଥିଲା । ଦୋକାନୀ ଜଣକ ସୁନା ଦେଖି ସନ୍ଦେହ କରିଥିଲେ । ଏନେଇ ସୁନାର ଯାଞ୍ଚ କରିବାରୁ ଏହା ଡୁପ୍ଲିକେଟ୍ ବୋଲି ଜାଣିବାକୁ ପାଇଥିଲେ ଦୋକାନୀ ଜଣଙ୍କ । ନିଜର ଉପସ୍ଥିତ ବୁଦ୍ଧି ଲଗାଇ ପୋଲିସ କୁ ଖବର ଦେଇଥିଲେ ।
ତେବେ ଝାରଖଣ୍ଡରେ ରହିଥିବା ଏହି ଠକ ନେଟୱାର୍କ ର ଚେର ଖୋଜିବାକୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି । ସେପଟେ ପୁରା ଅସଲି ଦେଖା ଯାଉଥିବା ହଲମାର୍କ ର ନକଲି ସୁନାର ନେଟୱାର୍କ ସୁନା ଦୋକାନୀଙ୍କ ଟେନସନ ବଢ଼ାଇ ଦେଇଛି ।