କନକ ବ୍ୟୁରୋ:  କଟକ ଜଗତପୁର ଶିଳ୍ପାଞ୍ଚଳ ପାଲଟିଛି ନକଲି ଓ ଅପମିଶ୍ରିତ ସାମଗ୍ରୀର ହବ୍ ।  ଆଜି ଏହି ଅଞ୍ଚଳରୁ ଅପମିଶ୍ରିତ ଘିଅ କାରଖାନା ଠାବ ହୋଇଛି । କିନ୍ତୁ କମ୍ପାନୀର ମାଲିକ ଫେରାର ହୋଇଯାଇଛି ।  କମ୍ପାନୀର କିଛି କର୍ମଚାରୀଙ୍କୁ ପଚରାଉରଚା କରୁଛି ପୁଲିସ ।  ଜଗତପୁର ଶିଳ୍ପାଞ୍ଚଳରେ ବିନା ଲାଇସେନ୍ସ ଓ ବୋର୍ଡରେ ଚାଲିଥିଲା କାରଖାନା ।