ପିପିଲି ବଜାରରେ ନକଲି ଚାନ୍ଦୁଆ ; ଚିନ୍ତାରେ ହଜାର ହଜାର ଚାନ୍ଦୁଆ କାରିଗର

ପିପିଲି ବଜାରରେ ବିକ୍ରି ହେଉଛି ନକଲି ଚାନ୍ଦୁଆ। ଅବିକଳ କାରୁକାର୍ୟ୍ୟ ଓ ଶସ୍ତା କପଡାରେ ତିଆରି ଚାନ୍ଦୁଆ।  ଅସଲିକୁ ଗିଳି ଦେଲାଣି ନକଲି ଜରି ପକା କାମ।ଚିନ୍ତାରେ ୧୫ ହଜାରରୁ ଅଧିକ କାରିଗର ଓ ବେପାରୀ ।

chanduaa

କନକ ବ୍ୟୁରୋ: ପିପିଲି ଚାନ୍ଦୁଆ ଉପରେ ବାହାର ରାଜ୍ୟର କଳା ନଜର, ଅବିକଳ ନକଲି କାରୁକାର୍ୟ୍ୟ  ଓ ଶସ୍ତା କପଡାରେ ତିଆରି କରି ପିପିଲି ଅଞ୍ଚଳରେ ବିକ୍ରି କରୁଛନ୍ତି ଅଧା ଦାମରେ।  ଚିନ୍ତାରେ ଏବେ ୧୫ ହଜାର ରୁ ଅଧିକ କାରିଗର ଓ ବେପାରୀ। ଅସଲିକୁ ଗିଳି ଦେଲାଣି ନକଲି ଚାନ୍ଦୁଆ ସୂତା ବଦଳରେ ଚାଲିଛି ଜରି ପକା କାମ ।

ପିପିଲିରେ ଅସଲି ଚାନ୍ଦୁଆକୁ ଗିଳିଦେଲାଣି ନକଲି ଚାନ୍ଦୁଆ । ବଜାରରେ ଆପଣ ଅସଲି କି ନକଲି ଚାନ୍ଦୁଆ ଜାଣିହେଉନି । କିନ୍ତୁ ଚାନ୍ଦୁଆର ମାନରୁ ଜାଣିହେବ ଅସଲି ଆଉ ନକଲି ଚାନ୍ଦୁଆ । ପିପିଲିରେ ଏବେ ପାରମ୍ପରିକ ଚାନ୍ଦୁଆ ବଦଳରେ ନକଲି ଚାନ୍ଦୁଆ  ବିକ୍ରି ହେଉଛି । (ଆଲଫା) ସୂତା କାମରେ ହେଉଛି ଅସଲି ଚାନ୍ଦୁଆ । ଆଉ ନକଲି ଚାନ୍ଦୁଆରେ ରହୁଛି ଜରି ଲେସ ପକା କାମ । ଚୁମୁକି ଲଗା କପଡ଼ାରେ ତିଆରି ଚାନ୍ଦୁଆର ବିକ୍ରୀ ଅଧିକ (ଆଲଫା) ହେଉଛି ।  ନକଲି ପିପିଲି ଚାନ୍ଦୁଆ ଅସଲି ଚାନ୍ଦୁଆଠାରୁ ଅଧା ଦାମରେ ମିଳୁଛି । ନକଲି ଚାନ୍ଦୁଆ ପାଇଁ ବ୍ୟବହାର ହେଉଥିବା ଜରି, ଚୁମୁକି ଲଗା କପଡ଼ା ସୁରତ ଓ କଲିକତାରୁ ଆସୁଥିବା ଜଣାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe