ହାଇଦ୍ରାବାଦରେ ଠକେଇ, ବ୍ରହ୍ମପୁରରେ ଗିରଫ ; ରିୟଲଇଷ୍ଟେଟ୍ ନାଁରେ ବଡ ଠକେଇ

ରିୟଲ ଇଷ୍ଟେଟ୍ ବ୍ୟବସାୟ ନାଁରେ ଲୋକଙ୍କୁ ଠକିଲେ ୧୦ କୋଟି । ହାଇଦ୍ରାବାରର ଠକ ବ୍ରହ୍ମପୁରରେ ଗିରଫ । ଜିମ୍‌ରେ ଫିଟ୍‌ନେସ୍ ତାଲିମ୍ ନେଉଥିଲା । ମୋବାଇଲ ଟ୍ରାକ୍ କରି ଧରିଲା ତେଲେଙ୍ଗାନା କ୍ରାଇମବ୍ରାଞ୍ଚ।

realEstate fraud

realEstate fraud Photograph: (kanakNews)

କନକ ବ୍ୟୁରୋ: ହାଇଦ୍ରାବଦରେ ଠକେଇ, ବ୍ରହ୍ମପୁରରୁ ଗିରଫ । ୧୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ତେଲେଙ୍ଗାନାରେ ଜମିଜମା ବ୍ୟବସାୟ ନାଁରେ ବହୁ ଜମାକାରୀଙ୍କଠାରୁ ହୋଇଥିବା ଠକେଇ ମାମଲାରେ ଅଭିଯୁକ୍ତ ଏ. ଭେଙ୍କେଟେସଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି । ୩ ମାସ ହେଲା ବ୍ରହ୍ମପୁର ସ୍ଥିତ ଏକ ଫିଟନେସ ତାଲିମ କେନ୍ଦ୍ରରେ ରହି ଅଭ୍ୟାସ କରୁଥିଲା ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ କ୍ରାଇମବ୍ରାଞ୍ଚ କୌଣସି ସୂତ୍ରରୁ ଖବର ପାଇବା ପରେ ବ୍ରହ୍ମପୁରରେ ପହଞ୍ଚି ବୈଦ୍ୟନାଥପୁର ଥାନା ପୁଲିସର ସହଯୋଗ ନେଇଥିଲା । ଏହାପରେ ଅଭିଯୁକ୍ତ ଏ.ଭେଙ୍କେଟେସଙ୍କୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । 

ତେଲେଙ୍ଗାନାରେ କିଛି ବ୍ୟକ୍ତିଙ୍କ ଠାରୁ ରିୟଲ ଇଷ୍ଟେଟ ବ୍ୟବସାୟ ନାଁରେ ପ୍ରାୟ ୧୦ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଭେଙ୍କେଟେସ ଠକେଇରେ ସଂପୃକ୍ତ ଥିବା ଜଣାପଡିବା ପରେ ତେ‌‌ଲେଙ୍ଗାନା କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ କାବୁ କରିବାକୁ ଯୋଜନା ହୋଇଥିଲା । ଭେଙ୍କେଟେସର ମୋବାଇଲ ଟ୍ରାକିଂ ବେଳେ ସେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଧୀନ ଗୋଇଲୁଣ୍ଡି ଅଞ୍ଚଳରେ ରହୁଥିବା ଜଣାପଡିଥିଲା । ସେହି କ୍ରମରେ ଅର୍ଥନୈତିକ ଅପରାଧ ଶାଖାର ଏକାଧିକ ଅଧିକାରୀ ବ୍ରହ୍ମପୁରରେ ପହଞ୍ଚି ତାଙ୍କୁ କାବୁ କରି ଏସଡିଜେଏମ କୋର୍ଟରେ ହାଜର କରିଥିଲେ । ଅଧିକ ତଦନ୍ତ ପାଇଁ ୨ ଦିନିଆ ରିମାଣ୍ଡରେ ନେଇଛି ଅର୍ଥନୈତିକ ଅପରାଧିକ ଶାଖା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe