କନକ ବ୍ୟୁରୋ: ଯୁଦ୍ଧ ପରିସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ହୀରାକୁଦ ଏକ୍ସପ୍ରେସ ଆଂଶିକ ବାଧାପ୍ରାପ୍ତ । ଅମୃତସର ଯାଏଁ ଗଡବନି ହୀରାକୁଦ ଏକ୍ସପ୍ରେସ । ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ ଏହି ଟ୍ରେନ । ଏନେଇ ପୂର୍ବତଟ ରେଳବାଇ ତରଫରୁ ସୂଚନା । ସେହିପରି ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଜାମ୍ମୁ କାଶ୍ମୀର, ପଞ୍ଜାବ ସୀମାରେ ରାତିରେ କୌଣସି ଟ୍ରେନ ଚଳାଚଳ କରିବନି । ଅମୃତସର, ଭଟିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନରେ ରାତିରେ ଯାଉଥିବା ଟ୍ରେନର ସୂଚୀରେ ପରିବର୍ତ୍ତନ ହୋଇଛି । ଏହି ସବୁ ଟ୍ରେନ ଦିନରେ ଚଳାଚଳ କରିବ । ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ ।