କନକ ବ୍ୟୁରୋ : ଚଳିତ ବର୍ଷ ଫସଲ ଭଲ ହୋଇଥିଲା । ଭଲ ଅମଳ ସହ ଦୁଇ ପଇସା ଭଲ ରୋଜଗାର ଆଶା ରଖିଥିଲା ଚାଷୀ । ହେଲେ ଅଦିନିଆ ବର୍ଷା ସବୁକିଛି ଉଜାଡି ଦେଇଛି । ଗଂଜାମରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧାନରୁ ନେଇ ବିଭିନ୍ନ ପନିପରିବା ସବୁ ଉଜୁଡି ଯାଇଛି ଚାଷୀର । ଏବେ ସବୁଠାରୁ ବଡ ପ୍ରଶ୍ନ ଭାଗ ଚାଷୀ ଓ ଫସଲ ବୀମା କରି ନଥିବା ଚାଷୀଙ୍କ ପାଇଁ ସରକାର କଣ କରିବେ । ଗଂଜାମରେ ପ୍ରାୟ ୭୦ ଭାଗ ହେଉଛନ୍ତି ଭାଗ ଚାଷି । ସରକାର ବି ଫସଲ କ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ପ୍ରସ୍ତୁତି ହେଉଛନ୍ତି । ହେଲେ ଏପରି ସ୍ଥିତିରେ ଯେଉଁମାନେ ଭାଗ ଚାଷୀ ତାଙ୍କ କଥା ବୁଝିବ କିଏ । ତେଣୁ ସେମାନଙ୍କ କଥା ବି ବିଚାର କରାଯାଉ ବୋଲି ଭାଗ ଚାଷୀ ଦାବି କରିଛନ୍ତି ।
ଉଜୁଡି ଯାଇଛି ଫସଲ । ଏହାରି ମଧ୍ୟରେ ଚାଷିଙ୍କ କଣ କ୍ଷୟ କ୍ଷତି ମିଳିବ ତାହା ଏଯାଏଁ ସ୍ୱଷ୍ଟ ହୋଇ ନଥିବା ବେଳେ ସରକାର ଅଶ୍ୱସନା ଦେଇଛନ୍ତି ଚାଷିଙ୍କୁ ସେମାନଙ୍କ କ୍ଷୟ କ୍ଷତି ଆକଳନ କରି ପ୍ରଦାନ କରାଯିବ । ହେଲେ କେବେ କେତେ ପରିମାଣରେ ଦିଆ ଯିବ ତାହା ସ୍ୱଷ୍ଟ ହୋଇ ନାହିଁ । ପୁଣି ଯେଉଁ ଚାଷି ପ୍ରଧାନ ମନ୍ତ୍ରି ଫସଲ ବିମା କରିଛନ୍ତି । ସେମାନଙ୍କ ପାଇଁ ଏକ ହେଲ୍ପ ଲାଇନ ନମ୍ବର ଯାରି କାରି ନିଜ କ୍ଷତି ବିଷୟରେ ଜଣାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କ୍ଷତି ସହିଥିବା ଚାଷୀଙ୍କ ଭାଗ ଚାଷୀ ମନାଙ୍କ ପ୍ରତି ମଧ୍ୟଗୁରୁତ୍ବ ଦିଆଯାଇ ସେମାନଙ୍କ ସମସ୍ୟାର ସମାଧାନ କରାଯିବା ଜରୁରୀ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/12/29/JQGqVA7YcpQ7kMybPtL5.jpg)