କନକ ବ୍ୟୁରୋ : ରାଜ୍ୟ ଚାଷୀକୂୂଳ ହତାଶ । ଦିନେ ଅନ୍ତରରେ ଦୁଇଥର ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି ପୁରା ଫସଲ । ଏନେଇ ଚାଷୀ ପାଣି ଜମିରେ ଉଜୁଡା ଫସଲକୁ ସାଉଣ୍ଟୁଥିବା ବେଳେ ପୁଣି ଏକ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ସୂଚନା ମୁତାବକ ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମାଝଡ ପ୍ରଭାବରେ ଏଭଳି ବର୍ଷାର ଆକଳନ କରାଯାଇଛି । ୨୮ ଓ ୨୯ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି।
ପଶ୍ଚିମା ଝଡ ପ୍ରଭାବରେ ପୁଣି ହେବ ବର୍ଷା । ଆସନ୍ତା ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା
ଏନେଇ ଚାଷୀ ପାଣି ଜମିରେ ଉଜୁଡା ଫସଲକୁ ସାଉଣ୍ଟୁଥିବା ବେଳେ ପୁଣି ଏକ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ସୂଚନା ମୁତାବକ ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
/kanak/media/media_files/2024/12/27/IXvb0p6KFKkTmXGWvpkj.jpg)