ବିଜେଡିର ମୁହଁ ଖୋଲିବାରୁ ବରିଷ୍ଠ ନେତାଙ୍କ ପକ୍ଷ ଛେଦନ । ନବୀନଙ୍କ ଟିମରେ ପାଣ୍ଡିଆନ ଛାପ, କମିଟିରୁ ବାଦ ପଡିଲେ ହେଭିୱେଟ୍

ନବୀନଙ୍କ କମିଟିରେ ପାଣ୍ଡିଆନଙ୍କ ଛାପ ଦେଖିବାକୁ ମିଳୁଥିବା ବିଜେଡି ମହଲରେ ଜୋରଦାର ଚର୍ଚ୍ଚା ହେଉଛି। କାରଣ ତାଲିକାରେ ପାଣ୍ଡିଆନ ମାର୍କା ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଜେଡିର ପୁରୁଖା ନେତାଙ୍କୁ ଗୌଣ ଦାୟିତ୍ୱ ଦେଇ ଏକରକମ କୋଣ ଠେସା କରାଯାଇଛି ।

fdsfsdsds

କନକ ବ୍ୟୁରୋ : ଶଶୀ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ଭୁପିନ୍ଦର ସିଂହ, ନୃସିଂହ ସାହୁ, ରଜନିକାନ୍ତ ସିଂହ, ସରୋଜିନୀ ହେମ୍ବ୍ରମ ଦିନେ ବିଜେଡି ରାଜନୀତିରେ ବେଶ ପ୍ରଭାବଶାଳୀ ଥିବା ଏହି ୬ ନେତାଙ୍କ ପକ୍ଷଛେଦନ ହୋଇଛି । କୁହାଯାଉଛି ପାଣ୍ଡିଆନ ବିରୋଧୀ ମେଳି ଏମାନଙ୍କ ପାଇଁ ମହଙ୍ଗା ପଡ଼ିଲା । ଗତକାଲି ପ୍ରକାଶ ପାଇଥିବା ନବୀନଙ୍କ ନୂଆ ଟିମରେ ଏମାନଙ୍କୁ ସ୍ଥାନ ମିଳିନାହିଁ।  ଅର୍ଥାତ ଏହି ନେତାଙ୍କୁ କୌଣସି ପଦପଦବୀ ନଦେଇ ନୂଆ କମିଟିରୁ ସିଧା ଆଉଟ୍‌ କରିଦେଇଛନ୍ତି ବିଜେଡି ସୁପ୍ରିମୋ।

ଦୀର୍ଘ ୨୫ ବର୍ଷ ପରେ ରାଜନୈତିକ ବ୍ୟାପାର କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହେଲେ ଯେଉଁ ବରିଷ୍ଠ ନେତାମାନେ  ପିଏସି କମିଟି ଗଠନ କରାଯାଉ ବୋଲି ନବୀନଙ୍କୁ ଭେଟି ଦାବି ଜଣାଇଥିଲେ, ସେହି ନେତାଙ୍କୁ ଏଥିରେ ସାମିଲ କରାଯାଇନି । ସିଧାସିଧା କହିବାକୁ ଗଲେ ରାଜା ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ପୁରୁଖା ନେତାଙ୍କୁ ଭରସା କରିପାରିନାହାନ୍ତି ନବୀନ ।  ଅର୍ଥାତ ଏହି ନେତା ଆଉ ବିଜେଡିର ରାଜନୈତିକ ବ୍ୟାପାରରେ ମୁଣ୍ଡ ଖେଳେଇ ପାରିବେନି । ସେପଟେ ହାରିଥିବା ନେତା ବିକ୍ରମ ଆରୁଖ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି ଓ ଟୁକୁନି ସାହୁଙ୍କୁ ସ୍ଥାନ ମିଳିଛି । ‘ନବୀନ ଟିମରୁ ବରିଷ୍ଠ ବିଦା ହୋଇଛନ୍ତି ଆଉ ସବୁ କ୍ଷମତା ନିଜ ପାଖେ ରଖିଛନ୍ତି ନବୀନ ।

ନବୀନଙ୍କ କମିଟିରେ ପାଣ୍ଡିଆନଙ୍କ ଛାପ ଦେଖିବାକୁ ମିଳୁଥିବା ବିଜେଡି ମହଲରେ ଜୋରଦାର ଚର୍ଚ୍ଚା ହେଉଛି। କାରଣ ତାଲିକାରେ ପାଣ୍ଡିଆନ ମାର୍କା ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଜେଡିର ପୁରୁଖା ନେତାଙ୍କୁ ଗୌଣ ଦାୟିତ୍ୱ ଦେଇ ଏକରକମ କୋଣ ଠେସା କରାଯାଇଛି ।

ବବି, ସଞ୍ଜୟଙ୍କୁ ଦଳରେ ବଡ ଦାୟିତ୍ୱ ମିଳିଥିବା ବେଳେ ଅରୁଣ, ଅତନୁ, ଦେବାଶିଷ ଓ ମୁନା ଖାନ ପ୍ରଂଟାଲ ଓ୍ୱିଙ୍ଗରେ ସିମୀତ ରହିଛନ୍ତି । ବିଜେଡିର ଏ  ସାଂଗଠନିକ ପୁର୍ନବିନ୍ୟାସ ଦଳକୁ କେତେ ସଂଗଠିତ କରୁଛି  ତାହା ଉପରେ ସମସ୍ତଙ୍କ ନଜର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe