କନକ ବ୍ୟୁରୋ: ଦୀର୍ଘ ୪ ମାସ ହେଲା ଅନ୍ଧାରରେ ଭାଲିଆଗୁଡ଼ା ଗ୍ରାମବାସୀ। ଟାଟାର ମନମାନି ପାଇଁ ଅନ୍ଧାରରେ ଉପାନ୍ତ ଗ୍ରାମ। ଗ୍ରାମକୁ ବିଦ୍ୟୁତ୍ ଯାଇଛି ହେଲେ ବିଲ୍ ନ ଦବା କାରଣରୁ ପୁରା ଗାଁକୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଫଳରେ ବଣପାହାଡ ଘେରା ଏହି ଉପାନ୍ତ ଗ୍ରାମର ଲୋକେ ଅନ୍ଧାରରେ ଜାବନ କାଟୁଛନ୍ତି। ରାତିରେ ପିଲାଙ୍କ ପଢିବା ଓ ଖାଇବାର ଏକ ମାତ୍ର ଭରସା ପାଲଟିଛି ଡିବି ଓ ଲଣ୍ଠନ ଆଲୁଅ ।

Advertisment

ବଣ ପାହାଡ ଘେରା ଆସ୍କା ଧରାକୋଟ ବ୍ଲକ ଭାଲିଆଗୁଡା ଗାଁ । ବିଦ୍ୟୁତ ସଂଯୋଗ କରାଯାଇଥିଲେ ବି କିଛି ମାସ ହେଲା ଅନ୍ଧାର ଭିତରେ ରହିଛନ୍ତି ଗାଁର ଲୋକ. । ପ୍ରାୟ ୪ ମାସ ହେଲା ଗାଁରେ ଲାଇନ୍ ନାହିଁ । ହେଲେ ଟ୍ରାନ୍ସଫର୍ମର ଖରାପ ହୋଇଯିବାରୁ ଗ୍ରାମବାସୀ ଅଭିଯୋଗ କରିଥିଲେ । ହେଲେ ବକେୟା ବିଲ୍ ବାକିଥିବାରୁ ଲାଇନ୍ କଟାଯାଇଥିବା ଜଣାପଡିଛି । ବିଦ୍ୟୁତ୍ ରିଡିଙ୍ଗ୍ ନେବାକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ କେହି ଗାଁକୁ ଯାଉନଥିଲେ। ଯାହାଫଳରେ ଏବେ କାହାର ବକେୟା ବିଲ ୫୦ ହଜାର ଆସିଛି ତ କାହାର ୪୦ କି ୨୦ ହଜାର ଆସିଛି। ୨୦୧୨ରୁ  ବିଦ୍ୟୁତ ବିଲ ବାକି ପଡିଛି । ହେଲେ ଏତେ ଗୁଡ଼ାଏ ଟଙ୍କା ଗରିବ ଆଦିବାସୀ କେମିତି ଦେବେ ସେ ନେଇ ଚିନ୍ତା ବଢିବାରେ ଲାଗିଛି । ଅନ୍ଧାରରେ ଲୋକେ ରହୁଥିବା ବେଳେ ଡିବିରି ଆଲୁଅ ପାଲଟିଛି ଭରସା । 

ଗାଁରେ ଅନ୍ଧାରରେ ରହୁଥିବା .ଲୋକେ ଏନେଇ ବାରମ୍ବାର ଅଭିଯୋଗ କରିଛନ୍ତି । ଭାଲିଆଗଡ଼ା ପରି ଅନେକ ଉପାନ୍ତ ଗ୍ରାମରେ ସମାନ ପରିସ୍ଥିତି ରହିଛି। ଖୁବଶୀଘ୍ର ବିଦ୍ୟୁତ ବିଭାଗ ସହ ଆଲୋଚନା କରି ଗାଁକୁ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ମିଳିଛି ପ୍ରତିଶ୍ରୁତି  ।

୪ ମାସ ହେଲାଣି ଗାଁର ଲୋକ ଅନ୍ଧାରରେ ରହୁଥିବା ବେଳେ ତୁରନ୍ତ ଗାଁର ଲୋକଙ୍କ ସମସ୍ୟା ସମାଧାନ କରି ବିଦ୍ୟୁତ ଯୋଗାଇବା ଜରୁରୀ ହୋଇଛି ।