ଧାନର ଅଭାବ ବିକ୍ରି ନେଇ ,ରାଜରାସ୍ତାରେ ରାତି କାଟିଲେ ଚାଷୀ

Advertisment

ପ୍ରବଳ ଥଣ୍ଡାକୁ ବେଖାତିର କରି ରାଜରାସ୍ତାରେ ରାତି କାଟିଲେ ଚାଷୀ । ଧାନ ଓ ମକାର ଅଭାବୀ ବିକ୍ରି ନେଇ ନବରଙ୍ଗପୁରର ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକର ଚାଷୀ ଆନ୍ଦୋଳନ କରୁଛନ୍ତି

ପ୍ରବଳ ଥଣ୍ଡାକୁ ବେଖାତିର କରି ରାଜରାସ୍ତାରେ ରାତି କାଟିଲେ ଚାଷୀ । ଧାନ ଓ ମକାର ଅଭାବୀ ବିକ୍ରି ନେଇ ନବରଙ୍ଗପୁରର ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକର ଚାଷୀ ଆନ୍ଦୋଳନ କରୁଛନ୍ତି

NABARANGA PUR

Photograph: (KANAKNEWS)

କନକବ୍ୟୁରୋ : କନକ ବ୍ୟୁରୋ : କିଏ ନିଆଁ ପୁଇଁଛନ୍ତି, କିଏ କମ୍ବଳ ତଳେ କଷ୍ଟକୁ ଲୁଚାଇ ଶୋଇଛନ୍ତି । କାରଣ ଏମାନେ ଜଣେ ଜଣେ ଚାଷୀ, ଆଉ ସରକାରଙ୍କୁ ନିଜ ପରିଶ୍ରମର ମହତ୍ବ ବୁଝାଇବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।  ଅନିଦ୍ରା ହୋଇ ରାତି କାଟୁଥିବା ଅନ୍ନଦାତା ନିଜର ଦୁଃଖ ଏମିତି ଦୟନୀୟ ଭାବେ ଜଣାଇବାକୁ ବାଧ୍ୟ ହୋଇଛନ୍ତି ।  ଶୀତର ଶାସ୍ତିରୁ ରକ୍ଷା ପାଇବାକୁ ଯେଉଁଠି ସହର ଶାନ୍ତିରେ ଶୁଏ ଆଉ ଗାଁର କବାଟ ପଡ଼ିଯାଏ । ସେଠି ପ୍ରବଳ ଥଣ୍ଡାକୁ ଖାତିର ନକରି ନିଜ ଫସଲର ଉଚିତ ମୂଲ୍ୟ ପାଇବା ପାଇଁ ରାସ୍ତାରେ ରାତି କାଟିଛନ୍ତି ଚାଷୀ ।

ଆରମ୍ଭ ହେଲା ସାମୂହିକ ବଳି ସହିତ ଶୁଲିଆ ଯାତ୍ରା : ମୁଖ୍ୟ ପୁରୋହିତ ପ୍ରଥମେ ଦେଲେ ବଳି

ହଁ ପ୍ରତିବାଦ କରୁଛନ୍ତି ତା’ ପୁଣି ଶୃଙ୍ଖଳିତ ଭାବେ । କାରଣ ଧାନ ଓ ମକା ଅଭାବୀ ବିକ୍ରିକୁ ନେଇ ନମ୍ରତାର ସହ ଧାରଣା ଦେଇଛନ୍ତି ଚାଷୀ ଭାଇ ।  ଉମରକୋଟ, ଝରିଗାଁ ଓ ରାଇଘର ତିନୋଟି ବ୍ଲକର ଚାଷୀ ରାସ୍ତାରେ ଆନ୍ଦୋଳନ ଓଲ୍ହାଇଛନ୍ତି । ଦିନରେ ସରକାରଙ୍କୁ ଗୁହାରି କରି କରି ଥକିଯିବା ପରେ ଏମିତି କଟିଛି ଚାଷୀ ଭାଇଙ୍କ ରାତି ।  ରାସ୍ତାକଡ଼ରେ ରୋଷେଇ କରି ଖାଇବା ସହ ଶୀତ ରାତିରେ ନିଆଁ ଜାଳି ରାତ୍ରିଯାପନ କରିଛନ୍ତି ଚାଷୀ । ଆଉ ଚାଷୀ ଭାଇଙ୍କ ଆନ୍ଦୋଳନ ସହ ସ୍ବର ମିଳାଇଛନ୍ତି ନେତା ତଥା ଆନ୍ଦୋଳନର ଆବାହକ ପ୍ରଦୀପ ମାଝୀ ।   

ପୂର୍ବରୁ ଚାଷୀଙ୍କ ଦାବି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥଲା କିନ୍ତୁ ଆଲୋଚନା ବିଫଳ ହୋଇଛି । ଯଦି ସରକାର ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ତା’ ହେଲେ ଚାଷୀଙ୍କ କଥା ବୁଝିବାକୁ ଏତେ ବିଳମ୍ବ କାହିଁକି? ଏହି ଆନ୍ଦୋଳନକାରୀଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । ଆଲୋଚନା ବିଫଳ ହୋଇଥିବାରୁ ପୂର୍ବପରି ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନ ଆବାହକ ପ୍ରଦୀପ ମାଝୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe