କନକ ବ୍ୟୁରୋ : ବର୍ଷା ନାହିଁ । ଜମି ଫାଟି ଆଁ କରିଛି । ଋଣକରି ଚାଷ କରିଥିବା ଚାଷୀ କିପରୀ ଋଣ ସୁଝିବ ସେ ନେଇ ଚିନ୍ତାରେ । ଖଲ୍ଲିକୋଟ ଅଂଚଳର ବିଭିନ୍ନ ଗ୍ରାମରେ ମରୁଡି ଆଶଙ୍କା । ଜଳ ଅଭାବରୁ ଜମି ଫାଟି ଆଁ କରିଛି , ଉଜୁଡିବାକୁ ବସିଛି ଏକର ଏକର ଧାନ ଫସଲ । ମରୁଡ଼ି ଆଶଙ୍କା ଚିନ୍ତାରେ ଚାଷୀ ବର୍ଷା ଦିନ ସରିବାକୁ ବସିଲାଣି । ହେଲେ ଜଳ ଅଭାବ ଯୋଗୁ କୂଅ ପୋଖରୀ ଶୁଖିଲା ପଡିବା ସହିତ  ଚାଷ ନଷ୍ଟ ହେବାକୁ ବସିଛି । ଏକର ଏକର ଧାନ ଫସଲ ପାଣି ଅଭାବରୁ ପୋଡି ଗଲାଣି ।

Advertisment

ଦୀର୍ଘ ମାସ ହେଲା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ବର୍ଷାର ଦେଖା ନାହିଁ । ନିର୍ମାଣ ହୋଇଥିବା ବୋରିଙ୍ଗ ମଧ୍ୟ ଅଚଳ ପଡିଛି । ପୋଖରୀ ଓ ଗାଡିଆରେ ଥିବା ସ୍ୱଳ୍ପ ପାଣି କୁ କିପରି ବିଲକୁ ପହଂଚାଇବ ସେ ନେଇ ମଟରର ସାହଯ୍ୟ ଲୋଡିଛି ଚାଷୀ । କାରଣ ଏହି ପଂଚାୟତରେ ଚାଷ କାମ କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାଏ । ଏବେ ବର୍ଷା ନହେବା କାରଣରୁ ଫସଲ ପୋଡି ନଷ୍ଟ ହେବା ସହ ଜମି  ଫାଟି ଆଁ କରିଛି । ବିଭନ୍ନ ସ୍ଥାନରୁ ଧାର କରଜ କରିଥିବା ଚାଷୀ ଋଣ କିଭଳି ସୁଝିବ ସେ ନେଇ ଚିନ୍ତାରେ ପଡିଛି ।  

ତେବେ ସରକାରୀ ସହାୟତା ଓ କୃଷି ରଣ ଛାଡ ପାଇଁ ଦାବି କରିଛନ୍ତି ଚାଷୀ । ପୋଖରୀରେ ଥିବା ସ୍ୱଳ୍ପ ପାଣିକୁ କିପାରି ବିଲରେ ପହଂଚାଇବ ସେଥିରେ ଲାଗିପଡିଛି ଚାଷୀ । ବହୁ ଦୂରରୁ ମଟର ପକାଇ ବିଲକୁ ନେବାକୁ ଚେଷ୍ଟା କରୁଛି । ଫସଲ ନଷ୍ଟ ହୋଇଗଲେ ବର୍ଷକର ଆହାର ଉଜୁଡିଯିବ । ପରିବାର କିଭଳି ଚଳିବ ସେ ନେଇ ଚିନ୍ତା ବଢିବାରେ ଲାଗିଛି। ତଣୁ ରାଜ୍ୟ ସରକାର ତଦନ୍ତ କରି କ୍ଷତି ପୁରଣ ଦେବାକୁ ଦାବି କରିଛନ୍ତି ଚାଷୀ ମାନେ । ଧାନ ଫସଲ ପେ।ଡି ଯିବାକୁ ବସିଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ଚାଷୀଙ୍କୁ ଉପଯୁକ୍ତ ସାହାଯ୍ୟ ଯୋଗାଇବା ଜରୁରୀ ହୋଇଛି ।