କନକ ବ୍ୟୁରୋ : ମରାମତି ଅଭାବରୁ ମରଣଯନ୍ତା ପାଲଟିଲାଣି ରାସ୍ତା । ଗାଡି ମଟର ଯିବା ତ ଦୂରର କଥା ଚାଲିକି ଯିବା ବି  ମୁସ୍କିଲ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରୁ ଏପରି ଦୃଶ୍ୟ ସାମନାକୁ ଆସିଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । 

Advertisment

ସୁବର୍ଣ୍ଣପୁରରେ ଶୋଚନୀୟ ହୋଇପଡ଼ିଛି ରାସ୍ତା । ରାସ୍ତାରେ ପୋଖରୀର ଭ୍ରମ । ତରଭା ବ୍ଲକର ସରଗଜରୁ ବ୍ରାହ୍ମଣୀ ଏବଂ କଣ୍ଟାମାଲ ବ୍ରିଜ ଯିବା ରାସ୍ତା ଅବସ୍ଥା ଅତି ଦୟନୀୟ । ଅଞ୍ଚଳର ବିକାଶ ପାଇଁ କିଛି ବର୍ଷ ପୂର୍ବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ତିଆରି ହୋଇଥିଲା । ରାସ୍ତାକଡ଼ରେ ୪ଟି କ୍ରସର । ସେହି କ୍ରସରକୁ ପଥର ବୋଝେଇ ହାଇୱା ଯିବା ଆସିବା କରିବାକୁ ରାସ୍ତା ମରଣଯନ୍ତା ପାଲଟିଛି । ଯେଉଁଠି ଦେଖିଲେ ସେଠି ଆଣ୍ଠୁଏ ଆଣ୍ଠୁଏ ଖାଲ । ପ୍ରତିଦିନ ଏହି ରାସ୍ତାରେ କିଛି ନା କିଛି ଦୁର୍ଘଟଣା ଘଟୁଛି । କିନ୍ତୁ ସ୍ଥାନୀୟ ପ୍ରଶାସନର ନଜର ନାହିଁ । 

ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଓ ରାସ୍ତାରୋକ ସତ୍ତ୍ବେ ବି ପ୍ରଶାସନ କିଛି ଶୁଣୁନଥିବା ଅଭିଯୋଗ ହୋଇଛି । ସରକାରଙ୍କ ତରଫରୁ ଅନେକ ଯୋଜନା କରାଯାଉଛି । କିନ୍ତୁ କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ପାଇଁ ଯୋଜନା ଗୁଡ଼ିକ ସଠିକ ଭାବେ କାର୍ୟ୍ୟକାରୀ ହେଇପାରୁନି । ସେପଟେ ରାସ୍ତା ମରାମିତି ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଏସଡ଼ିଓ ଶୈଳେଶ ଡେଲକି କ୍ଷ ଗ୍ରାମାଂଚଳ ରାସ୍ତାରେ ଯାତାୟତ କରୁଥିବା ଭାରିଯାନ ଉପରେ ନିୟନ୍ତ୍ରଣ ରଖାନଯିବାରୁ ଏଭଳି ସ୍ଥିତି ଉପୁଜିଛି ।