କନକ ବ୍ୟୁରୋ : ୟୁରିଆ ପାଇଁ ଚାଷୀ ମାନେ ଏ ଗୋଦାମ ରୁ ସେ ଗୋଦାମ ଘୁରି ବୁଲୁଥିବା ବେଳେ ଏବେ ୟୁରିଆ ଅଭାବକୁ ନେଇ ଚାଷୀଙ୍କୁ ବେଶ ଚିନ୍ତା ଘାରିଛି । ଅଞ୍ଚଳର ଚାଷୀଙ୍କ ଚାଷ ପାଇଁ ୟୁରିଆ ସାର ଯେତେ ପରିମାଣରେ ଆବଶ୍ୟକ‌ତା ରହିଥିଲା ତାହା ଏବେ ମିଳୁନି । ଗୋଦାମରୁ ଗୋଦାମକୁ ଯାଇ ଚାଷୀ ସାର ଖୋଜି ନିରାଶ । ସଦର ସହର ସମେତ ସାରା ଜିଲ୍ଲାରେ ଅନେକ ଲାଇସେନ୍ସ ପ୍ରାପ୍ତ ସାର ଗୋଦାମ ଓ ଔଷଧ ଦୋକାନ ରହିଛି । ଏସବୁ ସତ୍ତ୍ୱେ ଅଞ୍ଚଳରେ ୟୁରିଆର ଅଭାବ ରହିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଚାଷୀ କୁଳ  । ୟୁରିଆ ସାରର ଘୋର ଅଭାବ ଏବେ କିନ୍ତୁ ଚାଷୀ ମୁଣ୍ଡରେ ଚିନ୍ତା ବଢାଉଛି ।  ଦୁଇ ଗୁଣ ଚଢ଼ା ଦରରେ ହେଲେ ମଧ୍ୟ ସାର ମିଳୁ ନଥିବାରୁ  ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

Advertisment

ଜମିରେ ଏବେ ସାର ପ୍ରୟୋଗ ବା ସାର ସିଂଚନ  ସମୟ । ଏପଟେ ସାର ନଥିବାରୁ ଚାଷୀ ମାନେ ଅନେକ ଅସୁବିଧା ଭୋଗୁଛନ୍ତି ।  ଆବଶ୍ୟକ‌ତା ଅନୁସାରେ ସାର ଉପଲବ୍ଧ ହେଉନଥିବାରୁ ଚାଷୀ ଏବେ ନିରାଶ ହୋଇପଡିଛନ୍ତି ।  ସାର ସଙ୍କଟ ସମୟରେ ବିଭିନ୍ନ ସ୍ଥାନରୁ ଚାଷୀ ୟୁରିଆ ସାର ପ୍ୟାକେଟ୍ ପିଛା ମୂଲ୍ୟ ଠାରୁ ୪୫୦ ତ ଆଉ କେଉଁଠି ୫ ଶହରୁ ଅଧୂକ ଚଢ଼ା ଦରରେ ଚାଷୀ ସାର କିଣୁଥିବା ଅଭିଯୋଗ ହେଉଛି । ହେଲେ ସେପଟେ ସମସ୍ତ ପ୍ରକାର ସାର ସହ କୀଟନାଶକ ମହଜୁଦ ଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

 ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରିହାତି ମୂଲ୍ୟରେ ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ ଚାଷୀ ମାନେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି ରଖିଛନ୍ତି ।