କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ବରଗଡ଼ ଜିଲ୍ଲାରେ ବେଆଇନ୍ ବାଲି ଖାଦାନ ଉପରେ ଖଣି ବିଭାଗର ଚଢ଼ାଉ । ଆଦାୟ ହେଲା ୩୨  ଲକ୍ଷ ଟଙ୍କା ଫାଇନ୍  । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖଣି ଅଧିକାରୀ ଚୁପ ବସିଥିଲେ । ଦିନ ଦ୍ବିପହରେ ଶହ ଶହ ହାଇୱା ଗାଡିରେ ବେଆଇନ ଭାବେ ବାଲି ଚୋରି କରୁଥିଲେ ମାଫିଆ । ଯାହାକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଲି ଖାଦାନ ଉପରେ ଚଢ଼ାଉ କରିଛି ଖଣି ବିଭାଗ। ବରଗଡ଼ ଜିରା ନଦୀର ତୁରୁଙ୍ଗା ଓ ବଗେଇବିରା ଘାଟରୁ ଚୋରି ହେଉଥିଲା ଶହ ଶହ ଟ୍ରିପ୍ ବାଲି । ନଦୀ ନିକଟରେ ବେଆଇନ୍ ଭାବେ ରଖାଯାଇଥିବା ଶହ ଶହ ଟ୍ରିପ ବାଲିକୁ ୩୨ ଲକ୍ଷ ଟଙ୍କାରେ ଟେଣ୍ଡର କରାଯାଇଥିଲା । ଏହାକୁ ନେଇ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ପୂର୍ବ ସରକାର ସମୟରେ ବାଲି ମାଫିଆଙ୍କୁ ପ୍ରଶ୍ରୟ ଦେଉଥିଲେ ସ୍ଥାନୀୟ ନେତା । ଏବେ କିନ୍ତୁ ବେଆଇନ୍ ବାଲି ଚୋରା ଚାଲାଣ ଉପରେ ବିଜେପି ସରକାର ଆକ୍ସନ ନେଉଥିବା ବିଧାୟକ କହିଛନ୍ତି । 

Advertisment