କନକ ବ୍ୟୁରୋ: “ମାଟି, ଧାନ ଓ ପରମ୍ପରାର ପର୍ବ – ନୁଆଁଖାଇ” ଏବେ ବିଦେଶୀ ଭୂମିରେ ମଧ୍ୟ ନୂତନ ଉଜ୍ଜ୍ୱଳତାରେ ପ୍ରକାଶିତ ହେଲା । ନୁଆଁଖାଇ ପରିବାର ଦୁବାଇଙ୍କ ଆୟୋଜନରେ ବିଶେଷ ଆଡମ୍ବର ଓ ସାମ୍ପ୍ରଦାୟିକ ଉତ୍ସାହ ସହିତ ନୁଆଁଖାଇ ଭେଟଘାଟ ୨୦୨୫ ଉଦ୍ଯାପିତ ହେଲା ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତି ଅନୁଷ୍ଠାନକୁ ଅଧିକ ଗମ୍ଭୀରତା ଓ ମହତ୍ତ୍ୱ ଦେଇଥିଲା । ସେମାନେ ପଶ୍ଚିମ ଓଡିଶାର ଆତ୍ମା, ସାମ୍ପ୍ରଦାୟିକତା ଓ ସାମୁହିକ ସମ୍ପ୍ରୀତିର ମହତ୍ତ୍ୱ ଉପରେ ଅଲୋକ ପାତ କରିଥିଲେ ।
ମଞ୍ଚରେ ହାସ୍ୟକଳାକାର ଯୋଗେଶ ଯୋଯୋଙ୍କର ହାସ୍ୟରସ ଦର୍ଶକଙ୍କୁ ହସି-ହସି ଲୋଟପୋଟ କରିଦେଇଥିଲା, ଯେଉଁଥିରେ କଣ୍ଠଶିଳ୍ପୀ ଚୁମକି ପାଢ଼ୀଙ୍କର ସୁରିଲା ସ୍ୱର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।
/filters:format(webp)/kanak/media/media_files/2025/09/14/gggg-2025-09-14-21-52-13.jpg)
ସବୁଠାରୁ ବିଶେଷ – ଓଡିଶାର ମାଟିରୁ ଆଣା ନୂଆ ଧାନ ସହିତ ଦୁବାଇରେ ପର୍ବ ପାଳନ – ନିଶ୍ଚିତଭାବେ ପଶ୍ଚିମ ଓଡିଶାର ସଂସ୍କୃତିକୁ ବିଶ୍ୱମଞ୍ଚରେ ପରିଚିତ କରିଥିବା ଅଦ୍ୱିତୀୟ ପ୍ରୟାସ।
ଦୁବାଇରେ ବସବାସ କରୁଥିବା ପଶ୍ଚିମ ଓଡିଶାବାସୀଙ୍କୁ ଏକତ୍ର କରିବା, ପରମ୍ପରାର ଗର୍ବକୁ ସୁରକ୍ଷିତ କରିବା ଓ ପରବର ଆନନ୍ଦକୁ ବିଦେଶୀ ମାଟିରେ ପ୍ରକାଶିତ କରିବାରେ ନୁଆଁଖାଇ ପରିବାର ଦୁବାଇଙ୍କ ପଦକ୍ଷେପ ସମସ୍ତଙ୍କର ପ୍ରଶଂସା ଓ ସମ୍ମାନ ଅର୍ଜନ କରିଛି ।