ମହଙ୍ଗା ରାସ୍ତାରେ ଚାଲିବେ ଶେଖ୍ : ତିଆରି ହେବ ‘ସୁନାର ସଡ଼କ’ ! ବିଶ୍ବ ଦେଖିବ ଦୁବାଇର କମାଲ୍

Advertisment

ବିଳାସପୂର୍ଣ୍ଣ ଏବଂ ଭବ୍ୟତା ପାଇଁ ପ୍ରସିଦ୍ଧ ଦୁବାଇ ଏମିତି ଏକ ଘୋଷଣା କରିଛି ଯାହା ବିଶ୍ୱାସ କରିବା ଟିକେ କଷ୍ଟକର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁବାଇରେ ଏମିତି ଏକ ରାସ୍ତା ତିଆରି ହେବାକୁ ଯାଉଛି ଯାହା ବିଶ୍ବର ସବୁଠୁ ମହଙ୍ଗା ରାସ୍ତା ହେବ । କାରଣ ଏହି ରାସ୍ତା ପିଚୁ କି ଗୋଡ଼ିରେ ନୁହେଁ ବରଂ ସୁନାରେ ତିଆରି ହେବ ।

ବିଳାସପୂର୍ଣ୍ଣ ଏବଂ ଭବ୍ୟତା ପାଇଁ ପ୍ରସିଦ୍ଧ ଦୁବାଇ ଏମିତି ଏକ ଘୋଷଣା କରିଛି ଯାହା ବିଶ୍ୱାସ କରିବା ଟିକେ କଷ୍ଟକର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁବାଇରେ ଏମିତି ଏକ ରାସ୍ତା ତିଆରି ହେବାକୁ ଯାଉଛି ଯାହା ବିଶ୍ବର ସବୁଠୁ ମହଙ୍ଗା ରାସ୍ତା ହେବ । କାରଣ ଏହି ରାସ୍ତା ପିଚୁ କି ଗୋଡ଼ିରେ ନୁହେଁ ବରଂ ସୁନାରେ ତିଆରି ହେବ ।

Dubai gold Road

Dubai gold Road Photograph: (KanakNews)

କନକ ବ୍ୟୁରୋ : ଯେତେବେଳେ ପୂରା ଦୁନିଆ ସୁନାର ବର୍ଦ୍ଧିତ ମୂଲ୍ୟକୁ ନେଇ ଚିନ୍ତାରେ ପଡ଼ିଛି । ସାଧାରଣ ଲୋକଙ୍କ ପାଇଁ ମୁଦିଟିଏ କିଣିବା ବି କାଠିକର ପାଠ ହେଉଛି ସେତେବେଳେ ଦୁବାଇ ଚକିତ କଲା ଭଳି ଏକ କାମ କରୁଛି । ବିଳାସପୂର୍ଣ୍ଣ ଏବଂ ଭବ୍ୟତା ପାଇଁ ପ୍ରସିଦ୍ଧ ଦୁବାଇ ଏମିତି ଏକ ଘୋଷଣା କରିଛି ଯାହା ବିଶ୍ୱାସ କରିବା ଟିକେ କଷ୍ଟକର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁବାଇରେ ଏମିତି ଏକ ରାସ୍ତା ତିଆରି ହେବାକୁ ଯାଉଛି ଯାହା ବିଶ୍ବର ସବୁଠୁ ମହଙ୍ଗା ରାସ୍ତା ହେବ । କାରଣ ଏହି ରାସ୍ତା ପିଚୁ କି ଗୋଡ଼ିରେ ନୁହେଁ ବରଂ ସୁନାରେ ତିଆରି ହେବ । ଆଜ୍ଞା ହଁ ଶୁଣିବାକୁ ଅଜବ ଲାଗୁଥିଲେ ବି ଖବରଟି ସତ । ଦୁବାଇର ଜଣେ ଶେଖ 'ଦି ଗୋଲ୍ଡ ଡିଷ୍ଟ୍ରିକ୍ଟ' ନାମକ ଏକ ପ୍ରକଳ୍ପ ଆଣିବାକୁ ଯାଉଛନ୍ତି ଯାହା ଦୁବାଇର ଚମକକୁ ଆହୁରି ବଢ଼ାଇଦେବ ବୋଲି ଚର୍ଚ୍ଚା ହେଉଛି । 

ଆଗକୁ ପଢ଼ନ୍ତୁ : ଦୁବାଇରେ ଚାକିରି କରିବାକୁ ଚାହୁଛନ୍ତି କି? ଜାଣନ୍ତୁ ଦରକାର କେଉଁ ଭିସା? ମାତ୍ର ଏତିକି ଟଙ୍କାରେ ହୋଇଯିବ କାମ

ଗଣମାଧ୍ୟମ ରିପୋର୍ଟ ମୁତାବକ ଯଦି ଏହି ସୁନାର ସଡ଼କ ତିଆରି ହେବ ତାହେଲେ କେବଳ ଦୁବାଇ ପାଇଁ ନୁହେଁ ସାରା ବିଶ୍ବରେ ପ୍ରଥମ ମହଙ୍ଗା ସଡ଼କ ଭାବେ ଜଣାଯିବ । ଏହି ପ୍ରୋଜେକ୍ଟର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦୁବାଇକୁ ବିଶ୍ୱର ସର୍ବବୃହତ ସୁନା ଏବଂ ଅଳଙ୍କାର କେନ୍ଦ୍ର କରିବା । ଯାହାକୁ ପ୍ରପର୍ଟି ଡେଭଲପର ‘ଇଥ୍ରା ଦୁବାଇ’ ଦ୍ୱାରା ଘୋଷଣା କରାଯାଇଛି । ଏହି "ଗୋଲ୍ଡ ଡିଷ୍ଟ୍ରିକ୍ଟ" ରେ କେବଳ ସୁନାର ପ୍ରଦର୍ଶନୀ ହେବ ନାହିଁ ବରଂ ଏକ ବିଶାଳ ବାଣିଜ୍ୟିକ କେନ୍ଦ୍ର ବା କମର୍ସିଆଲ୍ ହବ୍ ଭାବରେ ମଧ୍ୟ କାର୍ଯ୍ୟ କରିବ । ଯେଉଁଥିରେ ଅଳଙ୍କାର, ପରଫ୍ୟୁମ, ପ୍ରସାଧନ ସାମଗ୍ରୀ ଏବଂ ଲାଇଫ ଷ୍ଟାଇଲ୍ ସହ ଜଡ଼ିତ ୧୦୦୦ ରୁ ଅଧିକ ଖୁଚୁରା ଦୋକାନ ରହିବ । ଏହି ସ୍ଥାନ ପର୍ଯ୍ୟଟକ , ଗ୍ରାହକ ଏବଂ ଫ୍ରୋଫେସନାଲଙ୍କୁ ଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଉଛି । ଦୁବାଇର ଏହି ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟରେ ଭାରତୀୟ ବ୍ରାଣ୍ଡଗୁଡ଼ିକର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିବ । ବିଶ୍ୱର ପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକ ଏଠାରେ ସେମାନଙ୍କର ଉପସ୍ଥିତି ସ୍ଥାପନ କରିବେ । ରିପୋର୍ଟ ଅନୁଯାୟୀ, ଭାରତର ଏକ ଲୋକପ୍ରିୟ ଗହଣା ବ୍ରାଣ୍ଡ୍ ମଧ୍ୟପ୍ରାଚ୍ୟରେ ଏହାର ସର୍ବବୃହତ ଷ୍ଟୋର୍ ଖୋଲିବାକୁ ଯୋଜନା କରିଛି । ଏହି ଫ୍ଲାଗସିପ୍ ଷ୍ଟୋର୍ ପ୍ରାୟ ୨୪,୦୦୦ ବର୍ଗଫୁଟ ପରିବ୍ୟାପ୍ତ ହେବ ବୋଲି ଜଣାପଡ଼ିଛି । ଏହି ପ୍ରକଳ୍ପ ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମଧ୍ୟ ପ୍ରଦାନ କରିବ କାରଣ ଦୁବାଇ ଭାରତର ଅଳଙ୍କାର ପାଇଁ ଏକ ପ୍ରମୁଖ ବଜାର ।
 

ଦୁବାଇର ଦେଇରା ଅଞ୍ଚଳ ଯେଉଁଠାରେ ଏହି ସୁନାର ସଡ଼କ ନିର୍ମାଣ କରାଯିବ ବୋଲି ସୂଚନା ରହିଛି ତାହା ପୂର୍ବରୁ ହିଁ ସୁନା ବାଣିଜ୍ୟ ପାଇଁ ବେଶ୍ ଜଣାଶୁଣା । ଏବେ ଏହାକୁ ଆହୁରି ସୁବିଧାଜନକ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା କରାଯାଉଛି । ଆନ୍ତର୍ଜାତୀୟ ଅତିଥି ଏବଂ ବାଣିଜ୍ୟ ଅଂଶୀଦାରମାନଙ୍କୁ ସ୍ଥାପିତ କରିବା ପାଇଁ ଏଠାରେ ଛଅଟି ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରାଯିବ । ଏହି ହୋଟେଲଗୁଡ଼ିକରେ ୧୦୦୦ ରୁ ଅଧିକ ଗେଷ୍ଟ୍ ରୁମ୍ ରହିବ ଯାହା ନିଶ୍ଚିତ କରିବ ଯେ ଗ୍ରାହକ ଏବଂ ବ୍ୟବସାୟ କରିବାକୁ ଆସିଥିବା ଲୋକଙ୍କ ରହିବା ଏବଂ ବ୍ୟବସାୟ କରିବାରେ ଯେମିତି କୌଣସି ଅସୁବିଧା ନ ହୁଏ । ଏହି ପଦକ୍ଷେପ ଦୁବାଇର ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ନେଇଯିବ ବୋଲି ଆଶା କରାଯାଉଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe