ସରିନି ବନ୍ୟା , ପଛକୁ ପଛ ଆସୁଛି ଯୋଡ଼ା ଲଘୁଚାପ ; ବଢ଼ିବା ବର୍ଷା

ସରିନି ବନ୍ୟା, ପଛକୁ ପଛ ଆସୁଛି ଯୋଡ଼ା ଲଘୁଚାପ । ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ବଢ଼ିବ ବର୍ଷାର ପରିମାଣ । ସେପଟେ ବନ୍ୟା ପାଣିରେ ହେକ୍ଟର ହେକ୍ଟର ଚାଷ ନଷ୍ଟ ।

2

କନକ ବ୍ୟୁରୋ: ଏଯାଏଁ ବନ୍ୟା ଦାଉରୁ ରକ୍ଷା ପାଇନି ଉତ୍ତର ଓଡ଼ିଶା ।  ଦକ୍ଷିଣ ଓଡ଼ିଶାରେ ଏବେବି ଗାଜୁଛି ତୁହାକୁ ତୁହା ବର୍ଷା । ଏପଟେ ପୁଣି ଆସିଲାଣି ପଛକୁ ପଛ ଲଘୁଚାପ । ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର  । ଫଳରେ ବଢ଼ିବ ବର୍ଷାର ପରିମାଣ । 

ବନ୍ୟା ଯୋଗୁ ଲୋକଙ୍କ ସ୍ଥିତି ସଙ୍ଗିନ ହୋଇପଡିଛି । ତେବେ ବନ୍ୟା ଯୋଗୁଁ ଲୋକେ ଅସୁବିଧା ଭୋଗୁଥିବା ବେଳେ ପୁଣି ଏକ ଲଘୁଚାପ ଚିନ୍ତା ବଢ଼ାଇଛି । ଆସୁଛି ଆଉ ଦୁଇଟି ଲଘୁଚାପ । ସେପ୍ଟେମ୍ବର ପହିଲାରୁ ବର୍ଷା ପରିମାଣ ବଢ଼ିବ । ଆଗକୁ  ପଛକୁ ପଛ ଦୁଇଟି ଲଘୁଚାପ ଆସୁଥିବା ବେଳେ ଗୋଟିଏ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓ ଆଉ ଗୋଟିଏ ଦ୍ଵିତୀୟ ସପ୍ତାହରେ ରହିଛି । ସେହିଭଳି ପାଣିପାଗ ବିଭାଗ ପକ୍ଷରୁ ଆଗମୀ ଦୁଇ ସପ୍ତାହ ପାଇଁ  ବିସ୍ତାରିତ ପାଣିପାଗର ପୂର୍ବାନୁମାନ ଜାରି ହୋଇଛି । 

ଆକଳନ ଅନୁସାରେ ସେପ୍ଟେମ୍ବର ୩ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ  । ଏହା ଅଧିକ ଘନୀଭୂତ ହୋଇ ୫ରେ ଅବପାତର ରୂପ ନେବାର ସମ୍ଭାବନା ଅଛି । ଏହା ପରେ ଦ୍ଵିତୀୟ ସପ୍ତାହ ବେଳକୁ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଓଡ଼ିଶାରେ ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୩ ଭିତରେ ପ୍ରବଳ ବର୍ଷା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe