ଡିସୋଜା ବିଦ୍ୟାଳୟର ବାର୍ଷିକ ଉତ୍ସବ ଧୂମଧାମରେ ପାଳନ

ବିଦ୍ୟାଳୟର ଚେୟାରମ୍ୟାନ ଅଲେକଜେଣ୍ଡାର ଡ଼ିସୋଜା, ଡାଇରେକଟର ଆନାଵେଲ ଡ଼ିସୋଜା, ଅଧ୍ୟକ୍ଷା ଜୟୋତି ଗୁରୁ୍ୱାରା ସହ ଅଧ୍ୟକ୍ଷା ଜୟୀତା ନାୟକ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିଙ୍କୁ ସମ୍ମାନ ଜଣାଇ ସ୍ୱାଗତ ଜଣାଇଥିଲେ ।

D'Souza School

D'Souza School Photograph: (Kanak News)

କନକ ବ୍ୟୁରୋ : ସେକ୍ଟର -୨ ସ୍ଥିତ ଡ଼ିସୋଜା ବିଦ୍ୟାଳୟର ଆଜି ବାର୍ଷିକ ଉତ୍ସବ ଧୂମଧାମରେ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବରେ ରାଉରକେଲା ଇସ୍ପାତ କାରଖାନାର ଜେନେରାଲ ମ୍ୟାନେଜେର ଶ୍ରୀଯୁକ୍ତ ତପନ କୁମାର ଜି. କାନେକର, ଶ୍ରୀମତୀ ନଜ଼ୀମା କାନେକର ଯୋଗ ଦେଇଥିଲେ । ଏହି ଉତ୍ସବରେ ଶ୍ରୀଯୁକ୍ତ ସିଦ୍ଧlର୍ଥ ରଥ, ଅଞ୍ଜନା ମୈତ୍ରୀ, ନଳିନୀ ସୁତାର, ରାଜଲଷ୍ମୀ ସୁତାର, ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ସୁଶ୍ରିତା ଦାସ ଭଳି ବହୁ ମାନ୍ୟଗଣ ଅତିଥି ମାନେ ଯୋଗ ଦେଇଥିଲେ ।

ବିଦ୍ୟାଳୟର ଚେୟାରମ୍ୟାନ ଅଲେକଜେଣ୍ଡାର ଡ଼ିସୋଜା, ଡାଇରେକଟର ଆନାଵେଲ ଡ଼ିସୋଜା, ଅଧ୍ୟକ୍ଷା ଜୟୋତି ଗୁରୁ୍ୱାରା ସହ ଅଧ୍ୟକ୍ଷା ଜୟୀତା ନାୟକ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିଙ୍କୁ ସମ୍ମାନ ଜଣାଇ ସ୍ୱାଗତ ଜଣାଇଥିଲେ । ଉତ୍ସବର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇ ଆଗକୁ ବଢ଼ିଥିଲା । ଦ୍ୱୀପ ପ୍ରଜ୍ଜ୍ୱଳନ ମନ୍ତ୍ର ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଶା ରାଣୀ ସାହୁ ପ୍ରସ୍ତୁତ କରିଥିଲେ ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ସୁନ୍ଦର ସଙ୍ଗୀତଗାନ କରି ଦର୍ଶକ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୁରୁ୍ୱାରା ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ତା ସହ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କିପରି ପାଠପଢ଼ା ସହ କ୍ରୀଡ଼ାରେ ବି ସଫଳତା ଅର୍ଜନ କରିଛନ୍ତି ତାହା ଜଣାଇଥିଲେ । ଚେୟାରମ୍ୟାନ ଶ୍ରୀଯୁକ୍ତ ଡ଼ିସୋଜା ବିଦ୍ୟାଳୟର ଇତିହାସ ବିଷୟରେ କହିଥିଲେ ।

ମୁଖ୍ୟ ଅତିଥି ନିଜ ଉଚ୍ଚକୋଟିର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲେ । ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ଟପ୍ପରମାନଙ୍କୁ ସ୍ମାରକ ପତ୍ର, ଟ୍ରଫି ଓ ପୁରସ୍କାର ସ୍ୱରୂପ ଅର୍ଥ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ପରିଚାଳନା ଶିକ୍ଷୟିତ୍ରୀ ତନୁଶ୍ରୀ ନିୟୋଗୀ, ଶିକ୍ଷୟିତ୍ରୀ ସର୍ବରୀ ଦାସ କରିଥିଲେ । ତା'ପରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ତାଲିମ୍ ପାଇ ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତ କରିଥିଲେ ନୃତ୍ୟ, ସଙ୍ଗୀତ । ଭାଇବ୍ରେଣ୍ଟ ଭାଇବସ, ଗ୍ଲିଟଯ ଗ୍ଲାମ, ଗଲାଣ୍ଟ ବ୍ରିଗେଡ଼, ଫ୍ରୋଲିକ ଫ୍ୟୁଜନ, କରାଟେ କିଡ଼ସ, ଗ୍ରେସ ରିଦମ ଡିଭୋସନ ଏହିଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନୋରଞ୍ଜନ କରାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରୀ ଶ୍ରୁତି ଓରାମ ଧନ୍ୟବାଦ ଜଣାଇଥିଲେ । ଶିକ୍ଷୟିତ୍ରୀ ତନୁଶ୍ରୀ ନିୟୋଗୀ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe