କନକବ୍ୟୁରୋ :  ଚେୟାର ମ୍ୟାନ ଶ୍ରୀଯୁକ୍ତ ଅଲେକଜେଣ୍ଡାର ଡିସୋଜା, ନିର୍ଦେଶକା ଆନବେଲା ଡିସୋଜା, ଅଧ୍ୟକ୍ଷା ଜୟୋତି ଗୁରୁ୍ୱାରା, ସହ ଅଧ୍ୟକ୍ଷl ଜୟୀତା ନାୟକ ଦ୍ବୀପ ପ୍ରଜ୍ବଳନ କରି ଏବଂ ଗୁରୁ ଶ୍ରେଷ୍ଠ ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କୁ ପୁଷ୍ପ ପ୍ରଦାନ କରିବା ପରେ ଗୁରୁ ବନ୍ଦନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l

Advertisment
WhatsApp Image 2025-09-05 at 5.25.35 PM (1)
Photograph: (KANAKNEWS)

କାର୍ଯ୍ୟକ୍ରମ ରେ ନର୍ସରୀ ରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ନାଚ, ଗୀତ, ନାଟକ ମାଧ୍ୟମ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସେମାନ ଙ୍କ ଭଲ ପାଇବା ଦେଖାଇଥିଲେ l ବିଦ୍ୟାଳୟ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଡିସୋଜା ଏବଂ ଅଧ୍ୟକ୍ଷl ଶ୍ରୀମତୀ ଗୁରୁ୍ୱାରା ନିଜ ର ଉଚ୍ଚକୋଟୀର ବକ୍ତବ୍ୟ ଦ୍ୱାରା ପିଲାଙ୍କୁ  ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ବିଷୟ ରେ କହି ପିଲାଙ୍କୁ ମାର୍ଗଦର୍ଶନ କରାଇଥିଲେ l  ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପହାର ଦିଆଯାଇ ବିଦ୍ୟାଳୟ ର କତୃପକ୍ଷ ସମ୍ମାନ ଜଣାଇଥିଲେ l ପିଲାମାନେ ପରିଶ୍ରମ ଓ ଭଲପାଇବା ଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିବାରୁ ବିଦ୍ୟାଳୟ ର ସହ ଅଧ୍ୟକ୍ଷା ଜୟୀତା ନାୟକ ବିଦ୍ୟାଳୟ ର ହେଡ଼ ବୟ,ହେଡ଼ ଗlର୍ଲ, ଏବଂ ପିଲାମାନଙ୍କୁ ଗାଇଡ଼ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l