କନକବ୍ୟୁରୋ: ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ଗେଲପୁରସାମରାଇପୁର ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ରାଜମିସ୍ତ୍ରୀ କାମ କରୁଥିବା ଜିତେନ୍ଦ୍ର ମାରାଣ୍ଡି ନିଶାଗ୍ରସ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ସାବିତ୍ରୀ ମାରାଣ୍ଡିଙ୍କୁ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ । ପାରିବାରିକ କଳହକୁ ନେଇ ଏଭଳି ଘଟିଥିବା ଜଣାପଡ଼ିଛି । ଗ୍ରାମାଞ୍ଚଳ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି  ।