କନକ ବ୍ୟୁରୋ: ଢେଙ୍କାନାଳ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା । ସୂଚନା ଅନୁସାରେ, ମୟୂରଭଞ୍ଜ ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳ ଗାଁରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସି ରହୁଥିଲା । ଏହି କଥାକୁ ନେଇ ଗତକାଲି ପତ୍ନୀ ଜନନୀ ମୁଣ୍ଡା ଉଭୟ ମିଶି ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବାବେଳେ ବାଟରେ ଝଗଡ଼ା ଲାଗିଥିଲେ। ରାଗରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ନିଜ ୭ ମାସର ଝିଅକୁ ଗାଁ ଦାଣ୍ଡରେ କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି । ସେପଟେ ସଞ୍ଜୟ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । କଙ୍କଡ଼ାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।