କନକବ୍ୟୁରୋ: କୋଟିଏ ଟଙ୍କାର ସୁନାରୁପା ଲୁଟ। ଗଜପତି ଜିଲ୍ଲା ମୋହନାରୁ ଆସିଛି ଏଭଳି ଦୃଶ୍ୟ। ମୋହନା ମୁଖ୍ୟ ବଜାରରେ ଥିବା ଶ୍ରୀହରି ଜୁଏଲରୀ ଦୋକାନ ସାମ୍ନାରୁ ହୋଇଛି ଲୁଟ୍ ।
ଦୋକାନ ବନ୍ଦ କରି ବ୍ୟବସାୟୀ ଜଣକ ନିଜ ସାଥିରେ ୧ କିଲୋ ସୁନା ଓ ୫ କିଲୋ ରୁପା ନେଇ ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁବୃର୍ତ ଆସି ସୁନା ଓ ରୁପା ଅଳଙ୍କାର ଲୁଟି ନେଇ ପଳାଇଛନ୍ତି । ଲୁଟ୍ ହୋଇଥିବା ସୁନା ଓ ରୁପା ଅଳଙ୍କାର ଦାମ ୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।