କନକ ବ୍ୟୁରୋ : ଯାତ୍ରୀଙ୍କ ଜୀବନ ସହ ଖେଳ, ଭରା ନଦୀରେ ଯାତ୍ରୀବାହୀ ଡଙ୍ଗାରେ ଉତ୍ପାତ ମଚେଇଲେ ମଦ୍ୟପ ଯୁବକ । ଅଳ୍ପକେ ବର୍ତ୍ତିଲେ ଲୋକେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତେରଗାଁ ଲୁଣା ନଦୀ ଭିତରେ ଏଭଳି ଘଟଣା ଘଟିଛି । ନଦୀ ମଝିରେ ଡଙ୍ଗା ଥିବାବେଳେ କେତେକ ମଦ୍ୟପ ଡଙ୍ଗାରେ ଉତ୍ପାତ ହେଉଥିଲେ । ଯାତ୍ରୀ ମାନେ ହୋ ହାଲ୍ଲା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏପରିକି ଘାଟ ଚାଳକ ୨ ଜଣ ମଧ୍ୟ ସେମାନଙ୍କ ସହିତ ମଦ୍ୟପାନ କରି ଜଣେ ବେପରୁଆ ଭାବେ ଡଙ୍ଗା ଚଳାଉଥିବା ଅଭିଯୋଗ ହୋଇଛି । 

Advertisment

ସମ୍ପ୍ରତି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ସ୍ରୋତ ମଧ୍ୟ ପ୍ରଖର ରହିଛି। ଚାଳକ ଦ୍ବୟ ଯଦି ମଦ୍ୟପ ମାନଙ୍କ ସହିତ ଘାଟ ଚଳାଇବା ବେଳେ ଏପରି କାର୍ଯ୍ୟ କରିବେ ତେବେ ଧନଜୀବନ ହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହିତ ଉକ୍ତ ଫେରିଘାଟ ଡଙ୍ଗାରେ ଥିବା ଯାତ୍ରୀମାନେ ଲାଇଫ ଜ୍ୟାକେଟ ପିନ୍ଧି ନ ଥିବା ଦେଖିବାକୁ ମିଳୁଛି । ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାକାଳପଡା ବିଡିଓ ।