ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ୮୦ ଫୁଟ ଉଚ୍ଚର ଟାୱାର ଉପରକୁ ଚଢିଗଲେ । ଲୋକ ତଳେ ଛିଡ଼ା ହୋଇ ଯୁବକଙ୍କୁ ଟାୱାର୍ ଉପରେ ଚଢିବାକୁ ବାରଣ କରୁଥିଲେ ହେଁ କାହା କଥା ନ ଶୁଣି ନିଶାସକ୍ତ ଯୁବକ ଟାୱାରର ଟପ୍ ଉପରକୁ ଚଢିଗଲେ । କିନ୍ତୁ ପୁଲିସ୍ ପହଂଚିବା ପରେ ଯୁବକଙ୍କ ନିଶା ଛାଡ଼ିଲା ଏବଂ ସେ ତଳକୁ ଓହ୍ଲାଇ ଆସିଲେ। ଏହାପରେ ପୁଲିସ୍ ଯୁବକଙ୍କୁ କାବୁ କରି ଥାନାକୁ ନେଇଗଲେ ।
/kanak/media/media_files/2025/02/02/KA7N7bd0B95q5xqPpL6G.png)
ସୂଚନା ମୁତାବକ ଏହି ଘଟଣା ଜହାଙ୍ଗୀରାବାଦ ଥାନା ବରଖେଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଏଠାରେ ନିଶାରେ ଚୁର୍ ହୋଇ ଜଣେ ଯୁବକ ରେଲୱେ ଅଣ୍ଡରବ୍ରିଜ୍ ପାଖ ମୋବାଇଲ୍ ଟାୱାର ଉପରେ ଚଢିଗଲେ । ସ୍ଥାନୀୟ ଲୋକ ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବାକୁ ପ୍ରୟାସ କଲେ କିନ୍ତୁ ଅସଫଳ ହେବାରୁ ପୁଲିସକୁ ଏନେଇ ସୂଚନା ଦେଇଥିଲେ।
/kanak/media/media_files/2025/02/02/9cESs594jYIwtZDyOQUK.png)
ଲୋକଙ୍କୁ ଡ଼ରାଇବା ପାଇଁ ଯୁବକ ଜଣକ ଟାୱାରକୁ ଜୋରରେ ହଲାଇବାକୁ ଲାଗିଥିଲେ । ଯେମିତି କୌଣସି ଦୁର୍ଘଟଣାର ଶିକାର ନ ହୁଅନ୍ତୁ ଏଥିପାଇଁ ସ୍ଥାନୀୟ ଲୋକ ବୁଝାଇବାକୁ ମଧ୍ୟ ପ୍ରୟାସ କରିଥିଲେ । ହେଲେ ନିଶାରେ ଥିବା ଲୋକକୁ ଅବା କିଏ ବୁଝାଇବ । ପୁଲିସ୍ ସହ ନଗର ନିଗମ କଣ୍ଟ୍ରୋଲ୍ ରୁମ୍ କୁ ମଧ୍ୟ ସୂଚନା ଦେଲେ ସ୍ଥାନୀୟ ଲୋକ। ସୂଚନା ମିଳିବା ସଙ୍ଗେ ସଙ୍ଗେ ନଗର ନିଗମର କ୍ରେନ୍ ଉକ୍ତ ସ୍ଥାନରେ ପହଂଚିଗଲା । ପାଖାପାଖି ୨୦ ମିନିଟ୍ ହାଇଡ୍ରାମା କରିବା ପରେ ଯୁବକ ତଳକୁ ଓହ୍ଲାଇଥିଲେ । ଓହ୍ଲାଇବା ପରେ ପୁଲିସ୍ ତାଙ୍କୁ କାବୁ କରିଥିଲେ । ତେବେ ୩୩ ବର୍ଷୀୟ ଉକ୍ତ ଯୁବକଙ୍କ ନାଁ ବିବେକ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/02/02/KMqGhXumhSCeqIa08kkm.png)