କନକବ୍ୟୁରୋ : ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍ । ରାଜଧାନୀରେ ପୁଣି ମାତିଲେ ନିଶା ଦିଆ ଲୁଟେରା। ବଡଗଡ଼ ଥାନା ମେଘେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟିଛନ୍ତି ଲୁଟେରା ।
୫ ଭରି ସୁନା ଚେନ୍, ମୋବାଇଲ ଓ ନଗଦ ଟଙ୍କା ଲୁଟ ନେଇ ବଡଗଡ଼ ଥାନାରେ ହୋଇଛି ଅଭିଯୋଗ। ଅଭିଯୋଗ କରିଛନ୍ତି ଲୁଟ୍ର ଶିକାର ହୋଇଥିବା ପୂଜକ କ୍ଷୀରୋଦ କୁମାର କର। ତଦନ୍ତ ଆରମ୍ଭ କରିଛି ବଡଗଡଥାନା ପୋଲିସ । କିଛିଦିନ ତଳେ ମନ୍ଦିର ଭିତରୁ ୫ ଲକ୍ଷ ଟଙ୍କାର ସୁନା ଓ ଟଙ୍କା ଲୁଟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/25/BxOuxhBdyKWMXnhRvZQv.jpg)