ସୈତାନ ସାଜିଲା ମଦ୍ୟପ ସ୍ବାମୀ : ସାମାନ୍ୟ ବଚସାରୁ ଟାଙ୍ଗିଆ ଚୋଟରେ ନେଲା ସ୍ତ୍ରୀର ଜୀବନ

ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ଅଭିଯୁକ୍ତ କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ ।  ମୟୁରଭଞ୍ଜ ଠାକୁରମୁଣ୍ଡା ସାଲେଇବେଡା ଅସନକୁଦର ଗାଁରୁ ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର

15

Photograph: (kanaknews)

କନକବ୍ୟୁରୋ : ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ଅଭିଯୁକ୍ତ କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ ।  ମୟୁରଭଞ୍ଜ ଠାକୁରମୁଣ୍ଡା ସାଲେଇବେଡା ଅସନକୁଦର ଗାଁରୁ ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଶନିବାର କୌଣସି କାରଣକୁ ନେଇ ସୁବୁଦ୍ଧି ଦେହୁରୀ ନାମକ ବ୍ୟକ୍ତଙ୍କ ପତ୍ନୀ ଟୁନିଙ୍କ ସହିତ ବଚସା ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁବୁଦ୍ଧି ଟୁନିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ, ଫଳରେ ଘଟଣା ସ୍ଥଳରେ ଟୁନିଙ୍କ ମୃତ୍ୟୁ ଘଟିଥିଲା ।  ଠାକୁରମୁଣ୍ଡା ଥାନା ପୁଲିସ୍  ଘଟଣା ସ୍ଥଳରେ ପହଁଚି ମୃଥଦେହ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe