କନକ ବ୍ୟୁରୋ : ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ । ୫୦୦ ମିଟର ପର୍ଯ୍ୟନ୍ତ ବେପରୁଆ ଭାବେ ଗାଡ଼ି ଚଳାଇ ଧକ୍କା ଦେଲେ । କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ସମୟରେ ମଦ୍ୟପ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା ଫଳରେ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।

Advertisment

ଅଧିକ ପଢନ୍ତୁ : ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲଙ୍କ ବଡ଼ ପଦକ୍ଷେପ,  ସାର୍ବଜନୀନ ସ୍ଥାନରେ ମଦ୍ୟପାନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବା ବେଳେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଥିବା ଗାଡ଼ି ଓ ଲୋକଙ୍କୁ ଧକ୍କା ମାରି ଆଗକୁ ବଢ଼ିଚାଲିଥିଲା । ଏଥିରେ କିଛି ଲୋକ ଆହତ ହୋଇଥିବା ବେଳେ ଏକ ଗାଈ ମଧ୍ୟ ଗୁରୁତର ଭାବେ ଆହତ ହୋଇଛି । ଲୋକମାନେ ତୁରନ୍ତ ଡ୍ରାଇଭରକୁ ଧରି ପୁଲିସଙ୍କ ହସ୍ତାନ୍ତର କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।