ଜେଲ ଭିତରେ ନିଶା କାରବାର: ପୁଳା ପୁଳା ମାଦକ ଦ୍ରବ୍ୟ ଜବତ

ଜେଲ ଭିତରେ ଖୁଲମ ଖୁଲା ଚାଲୁଛି ନିଶା କାରବାର। ଝାରପଡା ଓ ବଲାଙ୍ଗୀର ପରେ ଏବେ ବରଗଡ, ସମ୍ବଲପୁର, ଝାରସୁଗୁଡା ଓ ପଦ୍ମପୁରରୁ ଆସିଛି ସାଂଘାତିକ ଚିତ୍ର। ଜବତ ହୋଇଛି ପୁଳା ପୁଳା ନିଶାଦ୍ରବ୍ୟ।  

zxs

କନକ ବ୍ୟୁରୋ: ଜେଲ ଭିତରେ ଖୁଲମ ଖୁଲା ଚାଲୁଛି ନିଶା କାରବାର। ଝାରପଡା ଓ ବଲାଙ୍ଗୀର ପରେ ଏବେ ବରଗଡ, ସମ୍ବଲପୁର, ଝାରସୁଗୁଡା ଓ ପଦ୍ମପୁରରୁ ଆସିଛି ସାଂଘାତିକ ଚିତ୍ର। ଜବତ ହୋଇଛି ପୁଳା ପୁଳା ନିଶାଦ୍ରବ୍ୟ।  

ଜେଲ ଭିତରେ ନିଶା କାରବାର ନେଇ ପୁଣି ଚର୍ଚ୍ଚାକୁ ଆସିଛି ରାଜ୍ୟର ଏକାଧିକ ଜେଲ। ଗଞ୍ଜେଇଠୁ ଆରମ୍ଭ କରି ଚରସ ପର୍ଯ୍ୟନ୍ତ ସବୁ କିଛି ଟଙ୍କା ଦେଲେ ଜେଲ ଭିତରେ ମିଳି ଯାଉଛି। ଯାହା ରେଡ୍ ବେଳେ .. 

ଜେଲ ଭିତରେ ନିଶା କାରବାର ଚାଲିଥିବା ଅଭିଯୋଗ ପରେ ଅର୍ତକିତ ଭାବେ ଏହିସବୁ ଜେଲରେ ଚଢ଼ାଉ କରିଥିଲେ ଜିଲ୍ଲା ପ୍ରଶାସନ ଓ ପୋଲିସ। ଚଢ଼ାଉ ବେଳେ ଭାଂଗ, ଗଞ୍ଜେଇ, ଖଇନି, ବିଡି ସମେତ ଚିଲମ ଭଳି ଆପତି ଜନକ ସାମଗ୍ରି ଜବତ ହୋଇଛି। ଜେଲ ପରିସରରେ ନିଷିଧ ମାଧକ ଦ୍ରବ୍ୟ ଜବତ ହେବା ପରେ, ଭିତରକୁ ଏସବୁ କେମିତି ଆସୁଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଥିପାଇଁ ଜେଲ କର୍ତୁପକ୍ଷ ଓ କର୍ମଚାରୀଙ୍କ ଆଡକୁ ଆଂଗୁଳି ଉଠିଛି।

କିଛି ଦିନ ତଳେ ବଲାଙ୍ଗୀର ଜେଲରୁ ନିଶାଦ୍ରବ୍ୟ ଜବତ ହେବା ପରେ ସାରାରାଜ୍ୟରେ ଚହଳ ପଡିଥିଲା। ତାପରେ ଝାରପଡା ଜେଲରେ କଏଦୀଙ୍କ ଭିତରେ ଗଣ୍ଡଗୋଳ ଜେଲ ଭିତରର ପର୍ଦାଫାଶ କରିଥିଲା।  ଆଉ ଏବେ ଯାହା ସାମନାକୁ ଆସିଛି ପୂରା ଜେଲ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି ଜେଲ ଭିତରେ ଚାଲିଛି କଣ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe