କନକ ବ୍ୟୁରୋ :  ଜଗନ୍ନାଥ ଧାମରେ ନିଶା ବେପାରୀଙ୍କ ଦବଦବା। ଖୁଲମଖୁଲା ଚାଲିଛି ନିଶା କାରବାର । ମଦ, ଗଂଜେଇ, ଭାଙ୍ଗ ଠାରୁ ଆରମ୍ଭ କରି କଫସିରପ୍‌ ଏବଂ ହେରୋଇନ୍ ସବୁକିଛି ମିଳୁଛି ହାତ ପାହାନ୍ତାରେ । ସାହି ଗଳିରେ ଅନେକ ଛୋଟ ଛୋଟ ଦୋକାନରେ ସହଜରେ ଉପଲବ୍ଧ ହେଉଛି ନିଶା ଦ୍ରବ୍ୟ । ଫଳରେ କୁପଥଗାମୀ ହେଉଛନ୍ତି ଯୁବପିଢ଼ି, ଯାହାକୁ ନେଇ ବଢ଼ିଛି ଚିନ୍ତା ।

Advertisment

 ରେକର୍ଡ କହୁଛି ନିଶା କାରବାର ଅଭିଯୋଗରେ କେବଳ ପୁରୀ ଜିଲ୍ଲାରେ ବର୍ଷକରେ ବନ୍ଧା ହେଲେଣି ୧୦୫୪ ଜଣ । ଆଉ ଏମାନଙ୍କ ମଧ୍ୟରୁ ୩୨୨ ମହିଳା । ସେହିପରି ୩ ବର୍ଷରେ ୧୦୨୨ ମହିଳାଙ୍କ ସମେତ ୩ ହଜାର ୫୩୨ ନିଶା ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।  ଅନେକ ସମୟରେ ଚଢ଼ାଉ କରି ଅବକାରୀ ବିଭାଗ ନିଶାଦ୍ରବ୍ୟ ଜବତ କଲେ ବି ନିଶା କାରବାରରେ ଲାଗୁନି ରୋକ୍ ।

ନିଶା ମୁକ୍ତି ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ ଏନଜିଓ  ଚଳାଉଛନ୍ତି ସରକାର । ମାତ୍ର ଫଳ ଶୂନ।