କନକ ବ୍ୟୁରୋ: ବ୍ରାଉନ ସୁଗାର ହବ୍ ପାଲଟିଛି କି କଟକ ସହର । ଜଳେଶ୍ଵର ଓ ଭୁବନେଶ୍ଵର ପରେ ଏବେ ନିଶା ମାଫିଆଙ୍କ ଭୂସ୍ବର୍ଗ ସାଜିଲାଣି କି ସିଲଭର ସିଟି । ଦୁଇ ମାସରେ କଟକରୁ ଧରାପଡ଼ିଲାଣି ପ୍ରାୟ ଦେଢ଼ କୋଟି ଟଙ୍କାର ଧଳା ଜହର । ..

Advertisment

ଜଳେଶ୍ବରରୁ ଅନୁଗୁଳ ଭୟା କଟକ। ଏମିତି ଚାଲିଛି ବ୍ରାଉନ ସୁଗାର ଚୋରା କାରବାର। ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ। କଟକ ମଙ୍ଗୁଳି ଛକରୁ ଜଣେ ନିଶା ମାଫିଆକୁ ଧରିବା ସହ ତା ଠାରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଫ୍ଲାଇଂ ସ୍କ୍ବାଡ୍। ଗିରଫ ପରେ ସତ ଉଗାରିଛି ନିଶା ମାଫିଆ ଜଗନ୍ନାଥ ଜେନା। ଜଳେଶ୍ଵରରୁ ମାମୁଁ ନାମକ ଜଣେ ବ୍ୟକ୍ତିଠାରୁ ଧଳା ଜହର ଆଣି ଅନୁଗୁଳରେ ବିକ୍ରି ଲାଗି ଥିଲା ଯୋଜନା। ଆଉ ଟାର୍ଗେଟ୍‌ରେ ଥିଲେ କଲେଜ ପଢୁଆ ପିଲା। 

ମାଫିଆ ଜଗନ୍ନାଥ ଏକ ଘରୋଇ ବସ୍‌ରେ ଆସୁଥିବା ବେଳେ ମଙ୍ଗୁଲି ଗେଟ୍ ନିକଟରେ ଅବକାରୀ ବିଭାଗ ହାବୁଡରେ ପଡିଯାଇଥିଲା। ଯାଞ୍ଚ ପରେ ତା ନିକଟରୁ ଠାବ ହୋଇଛି ଧଳା ଜହର। ଖାଲି ଆଜିର ଏ ଘଟଣା ନୁହେଁ, ପୂର୍ବରୁ କଟକ ସହରରୁ ଅନେକ ସମୟରେ ଜବତ ହୋଇଛି ପୁଳା ପୁଳା ବ୍ରାଉନ ସୁଗାର। 

ଅଗଷ୍ଟ ୧୨ରେ ୭୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ 
ଚଳିତ ମାସ ପ୍ରଥମ ସପ୍ତାହରେ ୭୭ ଲକ୍ଷ ଟଙ୍କାର ଧଳା ଜହର ଜବତ
ସେପ୍ଟେମ୍ବର ୩ରେ ୧୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଧରାପଡିଲେ ୨ ମାଫିଆ 
ସେପ୍ଟେମ୍ବର ୪ରେ ୨୦ ଲକ୍ଷ ଟଙ୍କାର ଧଳା ଜହର ଜବତ 
ପାର୍ବଣ ପୂର୍ବରୁ ଏତେ ପରିମାଣର ବ୍ରାଉନ ସୁଗାର ମିଳିବା ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।