ଶିମିଳିପାଳ ଜଙ୍ଗଲରେ ବନାଗ୍ନିକୁ ନଜର ରଖିବ ଡ୍ରୋନ,  ନିଆଁ ଲାଗିଥିଲେ ସତର୍କ କରିବ ଏଆଇ କ୍ୟାମେରା..

Advertisment

୨୦ ଜଣ ଫରେଷ୍ଟ ଗାର୍ଡଙ୍କୁ ନେଇ ଗଠନ ହୋଇଛି ସ୍ବତନ୍ତ୍ର ୟୁନିଟ । ମିଳିଛି ସ୍ବତନ୍ତ୍ର ପ୍ରଶିକ୍ଷଣ ।

୨୦ ଜଣ ଫରେଷ୍ଟ ଗାର୍ଡଙ୍କୁ ନେଇ ଗଠନ ହୋଇଛି ସ୍ବତନ୍ତ୍ର ୟୁନିଟ । ମିଳିଛି ସ୍ବତନ୍ତ୍ର ପ୍ରଶିକ୍ଷଣ ।

ବନାଗ୍ନି ଜଗିବ ଡ୍ରୋନ

ବନାଗ୍ନି ଜଗିବ ଡ୍ରୋନ Photograph: (kanaknews)

 କନକ ବ୍ୟୁରୋ:  ବନାଗ୍ନିକୁ ନଜର ରଖିବ ଡ୍ରୋନ୍ କ୍ୟାମେରା । ଶିମିଳିପାଳରେ ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗର ନୂଆ ପଦକ୍ଷେପ । ଏଣିକି ଏଆଇ କେମେରା ଦ୍ବାରା ବନାଗ୍ନିର କେନ୍ଦ୍ରକୁ ଖୋଜି ବାହାର କରିବ ଡ୍ରୋନ୍ କ୍ୟାମେରା । ବର୍ତ୍ତମାନ ସୁଦ୍ଧା ଶିମିଳିପାଳରେ ନିଆଁ ଲାଗିବା ଘଟଣା ନିୟନ୍ତ୍ରଣରେ ରହିଥିବା ବେଳେ ଆଗକୁ ସ୍ଥିତି ସାଙ୍ଘାତିକ ହେବା ଆଶଙ୍କାରେ ଏଭଳି ପ୍ରସ୍ତୁତି ଜାରି ରଖିଛି ବନ ବିଭାଗ। ମୟୂରଭଞ୍ଜରେ ଏବେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୧୦ରୁ ୧୫ ତାରିଖ ମଧ୍ୟରେ ଶିମିଳିପାଳର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ନିଆଁ ଲାଗିବାର ଭୟ ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେଣୁ କିଭଳି ଶିମିଳିପାଳ ଜାତୀୟ ଉଦ୍ୟାନକୁ ବନାଗ୍ନି କବଳରୁ ରକ୍ଷା କରାଯାଇପାରିବ ସେ ନେଇ ବିଭିନ୍ନ ପ୍ରକାରର କୌଶଳ ଆପଣାଉଛି ବନ ବିଭାଗ । ତେଣୁ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ସର୍ଵଲାନ୍ସ ସହିତ ପ୍ରତ୍ୟେକ ଅଗ୍ନି ବିନ୍ଦୁକୁ ଖୋଜି ବାହାର କରିବାରେ ସହାୟ ହେବ ଡ୍ରୋନ୍ କ୍ୟାମେରା। ଏଥିପାଇଁ ବିଭାଗ ପକ୍ଷରୁ ୨୦ଟି ଡ୍ରୋନ୍ କେମେରା କିଣାଯାଇଛି । ବନ କର୍ମଚାରୀଙ୍କୁ ଏନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ନୂତନ କରି ଏକ ଡ୍ରୋନ୍ ୟୁନିଟ୍ ଗଠନ କରାଯାଇଛି। ବିଶେଷ କରି ଶିମିଳିପାଳ ମଧ୍ୟରେ ଡ୍ୟୁଟି କରୁଥିବା ୨୦ ଜଣ ଫୋରେଷ୍ଟ ଗାର୍ଡଙ୍କୁ ଏହି ଡ୍ରୋନ୍ ବ୍ୟବହାର କରିବାର ଟ୍ରେନିଂ ଦିଆଯାଇଛି । ଫୋରେଷ୍ଟ ଗାର୍ଡ ମନେ ନିଜ ନିଜ ଦାୟିତ୍ୱରେ ଏହି ଡ୍ରୋନ୍ ଗୁଡିକ ରଖିବେ,ଏବଂ ପ୍ରତିଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ନିଜ ଅଞ୍ଚଳ ମାନଙ୍କରେ ଡ୍ରୋନ୍ ଉଡାଇ ଫାୟାର ପଏଣ୍ଟକୁ ନିରୀକ୍ଷଣ କରିବେ। ଯେଉଠି ବି' ନିଆଁ ଲାଗିବାର ତଥ୍ୟ ଆସିବ ତୁରନ୍ତ ବନ କର୍ମଚାରୀ ମନେ ସେହି ସ୍ଥାନକୁ ଯାଇ ନିଆଁକୁ ଆୟତ୍ତ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe