ଦେଶୀ ମଦ ବିକ୍ରିରେ ଲାଗିବ ରୋକ୍ ! ବେଆଇନ୍ ଭାଟି ଠାବ କରିବ ଡ୍ରୋନ୍

Advertisment

ଜଙ୍ଗଲରେ ବେଆଇନ ମଦ ତିଆରିକୁ ଠାବ କରିବ ଡ୍ରୋନ। ଜଂଗଲକୁ ଜଂଗଲ ବୁଲି ଚୋରା ମଦ କାରଖାନା ଠାବ କରିବ।

ଜଙ୍ଗଲରେ ବେଆଇନ ମଦ ତିଆରିକୁ ଠାବ କରିବ ଡ୍ରୋନ। ଜଂଗଲକୁ ଜଂଗଲ ବୁଲି ଚୋରା ମଦ କାରଖାନା ଠାବ କରିବ।

  ଦେଶୀ ମଦ ବିକ୍ରିରେ ଲାଗିବ ରୋକ୍!

ଦେଶୀ ମଦ ବିକ୍ରିରେ ଲାଗିବ ରୋକ୍! Photograph: (KanakNews )

କନକ ବ୍ୟୁରୋ: ଗଂଜାମର ଏବେ ବି ଚାଲିଛି ମଦ ଭାଟି । ଚିକିଟି ମଦମୃତ୍ୟୁ ପରେ ବି କମିନି ବଆଇନ ମଦ ବ୍ୟବସାୟ । ଭାଟିକୁ ଜଗିଛି ଡ୍ରୋନ୍‌ । ଏହି ଚିତ୍ର ହିଁ ବୟାନ କରୁଛନ୍ତି ଗଂଜାମରେ ବେଆଇନ ମଦଭାଟିର କଥା । ଅବକାରୀ ଓ ପୁଲିସ ବିଭାଗର ମିଳିତ ଉଦ୍ୟମର ଡ୍ରୋନ୍‌ ସହାୟତାର ଚାଲିଛି ଆକ୍ସନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୀମାନ୍ତ ଓ ଆନ୍ଧ୍ର ଶିକାକୁଲମ ଜିଲ୍ଲାର ସୀମାନ୍ତ ଅବସ୍ଥିତ ଘଞ୍ଚ ଜଙ୍ଗଲରେ ଅବକାରୀ ପୁଲିସର ମିଳିତ ଚଢ଼ାଉ। ପୋଚ ଓ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନ ଗୁଡ଼ିକରେ ନଜର ରଖିଛି ଡ୍ରୋନ୍। ଡ୍ରୋନ କ୍ୟାମେରା ସାହଯ୍ୟ ରେ ଘଂଚ ଜଙ୍ଗଲରେ କେଉଁଠି କିଏ ମଦ ପ୍ରସ୍ତୁତ କରୁଛି, ତାହା ଚିହ୍ନଟ କରାଯାଉଛି । 
 
କିଛି ଆଦିବାସୀଙ୍କୁ ଢାଲ କରି ସ୍ଥାନୀୟ ଅଞ୍ଚଳର କିଛି ମାଫିଆ ଘଞ୍ଚ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରି ଆନ୍ଧ୍ର ଚାଲାଣ କରୁଥିଲେ। ଅବକାରୀ ବିଭାଗ ପହଞ୍ଚିବା ପୂର୍ବରୁ ସେଠାରୁ ଚମ୍ପଟ ମାରୁଥିଲେ ମାଫିଆ । ଫଳରେ ସେମାନଙ୍କୁ ଖୋଜିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ୁଥିଲା । ହେଲେ ଏବେ ଜଙ୍ଗଲକୁ ଡ୍ରୋନ ପଠାଇ ମଦ ତିଆରି କରୁଥିବା ଲୋକ ଓ ସ୍ଥାନ ଠାବ କରୁଛି ପ୍ରଶାସନ। ଅବକାରୀ ଓ ପୋଲିସ ବିଭାଗ ଓଡିଶା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାହାଡିଆ ଜଙ୍ଗଲ - ନାଳ ମଧ୍ୟବର୍ତ୍ତୀ ଅଂଚଳରେ ଚଢ଼ାଉ କରିଛି। ହଜାର ହଜାର ଲିଟର ପୋଚ ଓ ଦେଶୀ ମଦ ନଷ୍ଟ କରାଯାଇଛି। ଏହାସହ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe