କନକ ବ୍ୟୁରୋ: ଗଂଜାମର ଏବେ ବି ଚାଲିଛି ମଦ ଭାଟି । ଚିକିଟି ମଦମୃତ୍ୟୁ ପରେ ବି କମିନି ବଆଇନ ମଦ ବ୍ୟବସାୟ । ଭାଟିକୁ ଜଗିଛି ଡ୍ରୋନ୍ । ଏହି ଚିତ୍ର ହିଁ ବୟାନ କରୁଛନ୍ତି ଗଂଜାମରେ ବେଆଇନ ମଦଭାଟିର କଥା । ଅବକାରୀ ଓ ପୁଲିସ ବିଭାଗର ମିଳିତ ଉଦ୍ୟମର ଡ୍ରୋନ୍ ସହାୟତାର ଚାଲିଛି ଆକ୍ସନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୀମାନ୍ତ ଓ ଆନ୍ଧ୍ର ଶିକାକୁଲମ ଜିଲ୍ଲାର ସୀମାନ୍ତ ଅବସ୍ଥିତ ଘଞ୍ଚ ଜଙ୍ଗଲରେ ଅବକାରୀ ପୁଲିସର ମିଳିତ ଚଢ଼ାଉ। ପୋଚ ଓ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନ ଗୁଡ଼ିକରେ ନଜର ରଖିଛି ଡ୍ରୋନ୍। ଡ୍ରୋନ କ୍ୟାମେରା ସାହଯ୍ୟ ରେ ଘଂଚ ଜଙ୍ଗଲରେ କେଉଁଠି କିଏ ମଦ ପ୍ରସ୍ତୁତ କରୁଛି, ତାହା ଚିହ୍ନଟ କରାଯାଉଛି ।
କିଛି ଆଦିବାସୀଙ୍କୁ ଢାଲ କରି ସ୍ଥାନୀୟ ଅଞ୍ଚଳର କିଛି ମାଫିଆ ଘଞ୍ଚ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରି ଆନ୍ଧ୍ର ଚାଲାଣ କରୁଥିଲେ। ଅବକାରୀ ବିଭାଗ ପହଞ୍ଚିବା ପୂର୍ବରୁ ସେଠାରୁ ଚମ୍ପଟ ମାରୁଥିଲେ ମାଫିଆ । ଫଳରେ ସେମାନଙ୍କୁ ଖୋଜିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ୁଥିଲା । ହେଲେ ଏବେ ଜଙ୍ଗଲକୁ ଡ୍ରୋନ ପଠାଇ ମଦ ତିଆରି କରୁଥିବା ଲୋକ ଓ ସ୍ଥାନ ଠାବ କରୁଛି ପ୍ରଶାସନ। ଅବକାରୀ ଓ ପୋଲିସ ବିଭାଗ ଓଡିଶା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାହାଡିଆ ଜଙ୍ଗଲ - ନାଳ ମଧ୍ୟବର୍ତ୍ତୀ ଅଂଚଳରେ ଚଢ଼ାଉ କରିଛି। ହଜାର ହଜାର ଲିଟର ପୋଚ ଓ ଦେଶୀ ମଦ ନଷ୍ଟ କରାଯାଇଛି। ଏହାସହ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ଦେଶୀ ମଦ ବିକ୍ରିରେ ଲାଗିବ ରୋକ୍ ! ବେଆଇନ୍ ଭାଟି ଠାବ କରିବ ଡ୍ରୋନ୍
ଜଙ୍ଗଲରେ ବେଆଇନ ମଦ ତିଆରିକୁ ଠାବ କରିବ ଡ୍ରୋନ। ଜଂଗଲକୁ ଜଂଗଲ ବୁଲି ଚୋରା ମଦ କାରଖାନା ଠାବ କରିବ।
/kanak/media/media_files/2025/04/15/W6E1hcIRVEgDkVnpTXSS.jpg)